ରାକ୍ଷସ ବାପା ମାରିଲା ନାବାଳିକା ଝିଅକୁ

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗ ରେ ନିଜ ନାବାଳିକା ଝିଅ କୁ ବହୁ ଜୋରରେ  ପିଟିବା ଦ୍ବାରା ଝିଅର ମୃତ୍ୟୁ ହୋଇଛି  । ଏମିତି ଏକ ଲୋମଟାଙ୍କୁରା ଘଟଣା କୋଇଡା ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି  । କୋଇଡା ର ଲାଲ ହାଟିଙ୍ଗ ରେ ଅରୁଣ ଲାଖୁଆ ନିଜର ଦୁଇ ସ୍ତ୍ରୀ ଓ ପିଲାଙ୍କ ସହ ରହି ସ୍ଥାନୀୟ କୋଇଡା ଅଞ୍ଚଳରୁ ପ୍ଲାଷ୍ଟିକ ବତଲ , କାଚ ବୋତଲ ଓ ଭଙ୍ଗା ଟିଣ ଲୁହା ଆଦି ଗୋଟାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଗତ ସୋମବାର ଦିନ ଦୁଇ ସ୍ତ୍ରୀ ଙ୍କ ଅନୁପସ୍ଥିତିରେ ଅରୁଣ ନିଜର ୪ବର୍ଷର  ଝିଅ କୁ କୌଣସି କାରଣରୁ ପିଟି ପିଟି ଝିଅର ଗୋଡ ଭାଙ୍ଗି ଦେଇଥିଲା । ଦୁଇ ସ୍ତ୍ରୀ ଘରକୁ ଫେରିବା ପରେ ଝିଅର ଏଭଳି ଅବସ୍ଥା ଦେଖି ସଂଙ୍ଗେ ସଂଙ୍ଗେ ଝିଅ କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  ଓ ପରେ ପରେ ବଡବିଲ ସରକାରୀ ଡାକ୍ତରଖାନା କୁ ନେଇଥିଲେ । ବଡବିଲ ରେ ଝିଅର ଚିକିତ୍ସା କରାଯିବା ପରେ ସେମାନେ ଘରକୁ ଫେରିଥିଲେ । ହେଲେ ଘରକୁ ଫେରିବା ପରେ ଝିଅର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ଖବର ଜାଣିବା ପରେ ବାପା  ଅରୁଣ ଓ ଦ୍ବିତୀୟ ସ୍ତ୍ରୀ  ଝିଅକୁ ନେଇ ରାଉରକେଲା ୬ ନମ୍ବର ବସ୍ତିରେ ପୋତିବାକୁ ନେଇଥିବା ବେଳେ ସ୍ଥାନୀୟ ଲୋକ ଜାଣି ପାରି ସଂଙ୍ଗେ ସଂଙ୍ଗେ ରାଉରକେଲା ୭ନମ୍ବର ଥାନାକୁ ଖବର ଦେଇଥିଲେ ଓ ସ୍ବାମୀ ସ୍ତ୍ରୀ ସେଠାରୁ ଫେରାର ହୋଇଯାଇଥିଲେ । ଆଜି ଅରୁଣ ର ପ୍ରଥମ ସ୍ତ୍ରୀ ଗୀତା ଲାଖୁଆ ଏ ନେଇ କୋଇଡା ଥାନାରେ ଅଭିଯୋଗ କରିବା ପରେ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏକ ହତ୍ୟା ମାମଲା ରୁଜୁ କରି ରାଉରକେଲା ୭ନମ୍ବର ଥାନା ଅଧିକାରୀ ସହିତ କଥା ହୋଇ ଶବ ବ୍ଯବଚ୍ଛେଦ କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here