ଖବର ସଂକ୍ଷେପ ରେ … ତାରିଖ ୨୪/୦୯/୨୦, ଗୁରୁବାର (NEWS IN BULLETS) : 7 AM

୧-ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା:ଦୀପିକା,ଶ୍ରଦ୍ଧା , ସାରା ଓ ରାକୁଲ ପ୍ରିତ୍ ସିଂହଙ୍କୁ NCBର ସମନ୍।

୨-ବଢ଼ିଲା ବିଦ୍ୟୁତ୍ ଶୁଳ୍କ,ୟୁନିଟ୍ ପିଛା ୨୦ ପଇସା, ଅକ୍ଟୋବର ପହିଲାରୁ ଲାଗୁ।

୩-‌IPS ଅଦଳବଦଳ: ଅରୁଣ କୁମାର ରାୟ-ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ, ଯୋଗାଯୋଗ ଯଶୋବନ୍ତ କୁମାର ଜେଠଓ୍ବା-ଆଇନ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଓ ରୀତୁ ଆରୋରା-ଗୃହ ବିଭାଗ OSD।

୪-ଅନୁଗୁଳ:ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ତାତିଲେ ମହିଳା, ରାଜସ୍ଵ ନିରୀକ୍ଷକଙ୍କ ଅଫିସରେ ତାଲା ପକାଇଲେ।

୫-ମଙ୍ଗଳବାର ଥିଲା ୩୫, ବୁଧବାର ହେଲା ୫୦,ପୁଣି କନ୍ଦାଇଲା ପିଆଜ , ଦିନକରେ କିଲୋପିଛା ଦର ଡେଇଁଲା ୧୫ଟଙ୍କାକୁ।

୬-କୋଭିଡ ସହ ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍ ଫିବର, ଘୁଷୁରି ନିପାତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୭-କଟାହାତରେ ପରିବାର ପୋଷଣ ଚିନ୍ତା : କିସ୍‍ ଫାଉଣ୍ଡେସନ୍‍ ବଢାଇଲା ସହାୟତାର ହାତ, ମାସକୁ ମିଳିବ ୨ ହଜାର ଟଙ୍କା।

୮-ଡିଆରଡିଓର ବଡ ସଫଳତା, ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲରେ ପରୀକ୍ଷଣ ଶେଷ।

୯-ଅଧିବେଶନ ଶେଷ ହେବାକୁ ଆହୁରି ୮ଦିନ ବାକି ଥିବାବେଳେ ବୁଧବାର ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା।

୧୦-ଫିଟ୍ ଇଣ୍ଡିଆ ଅଭିଯାନକୁ ୧ ବର୍ଷ, ଉତ୍ସାହୀଙ୍କ ସହ ଆଜି କଥା ହେବେ ମୋଦୀ।

୧୧-୨୦୨୦ ମସିହାରେ ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି ଓ ସୁନ୍ଦର ପିଛାଇ: ଟାଇମ୍ ପତ୍ରିକା

୧୨-ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ଟପିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here