ବାଦଲ ଗିରି ଜଳ ପ୍ରପାତରୁ ୭୨ ଘଣ୍ଟା ପରେ ଦ୍ବିତୀୟ ଯୁବକର ଶବ ଉଦ୍ଧାର :

ସୁନ୍ଦରଗଡ଼: ବଣାଇ ଉପଖଣ୍ଡ ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକ ସଂଲଗ୍ନ ଜାମଦରହ ଗ୍ରାମ ସ୍ଥିତ ବାଦଲ ଗିରି ଜଳ ପ୍ରପାତକୁ ରାଉରକେଲାର କୋଏଲନଗର ଅଞ୍ଚଳର ୮ ଜଣ ଯୁବକ ବଣ ଭୋଜି କରିବାକୁ ଯାଇଥିବା ବେଳେ ସେଠାରେ ଗାଧୋଇବା ସମୟରେ ଉକ୍ତ ଯୁବକ ଦଳଙ୍କ ମଧ୍ୟରୁ କୋଏଲନଗରର ବାସୀନ୍ଦା ଅନିମେଶ ସିହ୍ନା ଓ ସାଇସ୍ବରୂପ ମହାନ୍ତି ଗଭୀର ଜଳରେ କେଉଁ ଆଡେ ଭାସି ଯାଇଥିଲେ । ଗୁରୁଣ୍ଡିଆ ଅଗ୍ନିଶମ ବିଭାଗ ଓ ଗୁରୁଣ୍ଡିଆ ପୋଲିଶ ମିଶି ଖୋଜା ଖୋଜି କରିବାରୁ ଚବିଶ ଘଣ୍ଟା ପରେ ଅନିମେଶ ସିହ୍ନାର କୋଏଲନଗର ବାସୀନ୍ଦା ଘର ନଂ ଡି–୨୬୯ଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଅଗ୍ନିଶମ ବିଭାଗ ଓ ପୋଲିଶ ଆଉଜଣେ ଯୁବକକୁ ଖୋଜିବାରେ ବିଫଳ ହେବାପରେ ରାଉରକେଲାରୁ ଓଡ୍ରାଫ ଦଳ ଯାଇ ସେଠାରେ ବହୁ ଖୋଜାଖୋଜି ପରେ ଗୁରୁଣ୍ଡିଆ ପୋଲିଶ ଓ ଅଗ୍ନିଶମ ବିଭାଗର ସହାୟତାରେ ଦୀର୍ଘ ୭୨ ଘଣ୍ଟା ପରେ ଦ୍ବିତୀୟ ଯୁବକ ଶାଇସ୍ବରୂପ ମହାନ୍ତି କୋଏଲନଗର ବାସିନ୍ଦା ଘର ନଂ ବି–୧୦୦ଙ୍କର ଶବ ଉଦ୍ଧାର ହେବା ପରେ ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବିଧିର ବିଧାନ କେ କରିବ ଆନ ଆଳରେ ଖୁସିରେ ସାଙ୍ଗ ମାନଙ୍କ ସହିତ ବଣ ଭୋଜି କରିବାକୁ ଯାଇ ଶବ ହୋଇ ଘରକୁ ଫେରିଥିଲା । ଏ ଭଳି ଭାବେ ଦୁଇ ଦିନରେ ଦୁଇ ଦିନରେ ଦୁଇଟି ବ୍ଲକର ଦୁଇଜଣ ଯୁବକଙ୍କ ଅମୂଲ୍ୟ ଜୀବନ ଅଚିରେ ନଷ୍ଟ ହୋଇଯାଇଥିବା ବେଳେ ଏହି ଘଟଣାରେ ସମଗ୍ର କୋଏଲନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here