ଖବର ସଂକ୍ଷେପ ରେ … ତାରିଖ ୨୩/୦୯/୨୦, ବୁଧବାର (NEWS IN BULLETS) : 7 AM

୧-୩୦ ଯାଏଁ ବଢ଼ିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା।ଅଣ୍ଡରଟେକିଂ ଦେଇ ନାମ ଲେଖାଇ ପାରିବେ ବିଦ୍ୟାର୍ଥୀ।

୨-OJEE ପାଇଁ ଆଜି ଶେଷ ସୁଯୋଗ,ରାତି ୧୧ଟା ୫୯ ପର୍ଯ୍ୟନ୍ତ କରିପାରିବେ ଆବେଦନ।

୩-ଭୁବନେଶ୍ୱର:ସବୁ କୋଭିଡ୍‌ ହସ୍‌ପିଟାଲରେ ଖୋଲିବ ସହାୟତା କେନ୍ଦ୍ର।

୪-ଭୁବନେଶ୍ୱର: ଏଣିକି ଜମି ଜଳକର ଜମା କଲେ ମିଳିବ ଇ-ପାଉତି। ଅନ୍ ଲାଇନ୍ ସହିତ ଅଫ୍ ଲାଇନ୍ ରେ ବି ଜମା ହୋଇପାରିବ ଖଜଣା।

୫-ସବୁ ହସ୍ପିଟାଲକୁ ନିର୍ଦ୍ଦେଶନାମା ଜାରି କଲେ ସରକାର: ମୃତକଙ୍କ କରୋନା ପରୀକ୍ଷା କରନି।

୬-ସର୍ବାଧିକ କରୋନା ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

୭-ସୁନ୍ଦରଗଡ଼:ଗୁପ୍‌ ଚୁପ୍‌ ନେଲା ମହିଳାଙ୍କ ଜୀବନ: ଶୀଘ୍ର ଶୀଘ୍ର ଖାଉ ଖାଉ ଲାଗିଗଲା ତଣ୍ଟିରେ।

୮-କୋଚି:ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି… ମନ୍ଦିରର କ୍ଲର୍କ ହେଲେ କୋଟି ପତି, ୩୦୦ ଟଙ୍କା ଟିକେଟ୍‌ରେ ଜିତିଲେ ୧୨ କୋଟି ଟଙ୍କାର ଲଟେରୀ।

୯-ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ରାଜ୍ୟର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର।

୧୦-ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲାନି ବେଲ୍, ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ରହିବେ ଜେଲରେ।ଦୀପିକାଙ୍କୁ ସମନ ହୋଇପାରେ।

୧୧-ଶାରଜା:ସ୍ମିଥ୍‍-ସାମ୍‍ସନଙ୍କ ପ୍ରହାରରେ ଚେନ୍ନଇକୁ ହରାଇଲା ରାଜସ୍ଥାନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here