ଖବର ସଂକ୍ଷେପ ରେ … ତାରିଖ ୨୨/୦୯/୨୦, ମଂଗଳବାର (NEWS IN BULLETS) : 7 AM

୧-କଟକର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କରୋନା ଆକ୍ରାନ୍ତ ସ୍ଥାନାନ୍ତର।

୨-ଦେଶରେ ଆରୋଗ୍ୟ ହାର ୮୦% ଟପିଲା, ଗୋଷ୍ଠୀ ସଂକ୍ରମଣକୁ ଅସ୍ବୀକାର କଲେ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ।

୩-ଛ’ଟି (ଗହମ,ସୋରିଷ,ଚଣା, ବାର୍ଲି, କୁସୁମ ଓ ମସୁର) ରବି ଫସଲର ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର।

୪-ବିଧାନସଭା ପାଇଁ ୨୫ରେ ସର୍ବଦଳୀୟ ବୈଠକ, ସାମାଜିକ ଦୂରତା ରକ୍ଷାପାଇଁ ଗୃହରେ ସ୍ବତନ୍ତ୍ର ପ୍ରସ୍ତୁତି।

୫-ଭୁବନେଶ୍ୱରରେ ଥିବା ୬୭ଟି ଯୁକ୍ତ ଦୁଇ ବିଦ୍ୟାଳୟରେ ପ୍ରଥମ ଦିନରେ ୧୫୦୦ ସିଟ୍ ପୂରଣ।

୬-ରାଜ୍ୟରେ ସୁସ୍ଥ ହେଲେ ଆଉ ୩ହଜାର ୭୦୪ କରୋନା ଆକ୍ରାନ୍ତ।

୭-ବିଶୃଙ୍ଖଳା ଆଚରଣ:ଆଠ ରାଜ୍ୟ ସଭା ସାଂସଦ ନିଲମ୍ବିତ।

୮-ପୁଣେ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍‌ ଜେନେରାଲ ହସ୍ପିଟାଲରେ ଆରମ୍ଭ

୯-ପାଡିକଲ ଓ ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ : ହାଇଦରାବାଦକୁ ୧୦ ରନରେ ପରାସ୍ତ କଲା ଆରସିବି।

୧୦-ଭାରତ-ଚୀନ ବୈଠକ ପୂର୍ବରୁ, ଲଦାଖ ଆକାଶରେ ଗର୍ଜିଲା ରାଫେଲ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here