ବେଆଇନ ବନ୍ଧୁକ ଗୁଳି ବିକ୍ରି କରୁଥିବା ଅଭିଯୋଗରେ ଯୁବକ ଗିରଫ

ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନାରେ ବିରମିତ୍ରପୁର ଏସଡିପିଓ ନିଦେଦିତା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ହାତିବାରୀ ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ସାହୁ ଓ ନୂଆଗାଁ ଫାଣ୍ଡି ଅଧିକାର କୈଳାଶ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହୋଇଥିବା ଘୋଷଣା ଅନୁଯାଇ ଜଣାପଡିଛି ଯେ ବିରମିତ୍ରପୁର ପୌରାଞ୍ଚଳ ଓ ହାତୀବାରି ଅଞ୍ଚଳରେ ଦେଶୀ ପିସ୍ତଲ ଓ ଜୀବନ୍ତ ଗୁଳି ବେଆଇନ ଭାବେ ବିକ୍ରି କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହାତୀବାରୀ ପୋଲିଶ ବିଳମ୍ବିତ ରାତିରେ ମହମ୍ମଦ ସମୀମ ନାମକ ଯୁବକକୁ ଗିରଫ କରିଥିବା ଜଣାପଡିଛି । ଗିରଫ ପରେ ଉକ୍ତ ଯୁବକ ପାଖରୁ ଗୋଟିଏ ଦେଶୀ ପିସ୍ତଲ ଓ ୪ ଟି ଅଫୁଟା ଗୁଳି ମଧ୍ୟ ଜବତ କରିଥିଲେ । ତେବେ କଥା ହେଉଛି ସମୀମ ଏକୁଟିଆ ଏହି ବେଆଇନ ପିସ୍ତଲ କାରବାର କରୁଥିଲା ନା ତା ସାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ସେ ନେଇ ପୋଲିଶର ତଦନ୍ତ ଜାରି ରହିଛି । ହାତୀବାରି ଥାନାରେ ପ୍ରାଥମିକ ପ୍ରକ୍ରିୟା ସମାପ୍ତ ହେବାପରେ ଆଜି ମହମ୍ମଦ ସମୀମକୁ କୋର୍ଟ ଚାଲାଣ କରାଯିବ ବୋଲି ହାତୀବାରି ଥାନାରୁ ଜଣାପଡିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here