ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ , ଜାମ୍ମୁ-କାଶ୍ମୀର ଓ ଦିଲ୍ଲୀ :ଏହି ସବୁ ରାଜ୍ୟରେ ୨୧ରୁ ଖୋଲିବ ସ୍କୁଲ : ପାଳନ କରିବାକୁ ହେବ ନିର୍ଦ୍ଦେଶାବଳୀ।

୨-ଆଇସିୟୁ ପାଇଁ କସରତ କରୁଛନ୍ତି ଟ୍ୱିନସିଟି ବାସିନ୍ଦା,କଟକ-ଭୁବନେଶ୍ୱରର ବଡ଼ ବଡ଼ ହସ୍ପିଟାଲରେ ଆଇସିୟୁ ବେଡ୍ ଫୁଲ୍ : ବିଶେଷଜ୍ଞ ଡାକ୍ତର କହିଲେ, ସୁରକ୍ଷା ଦୃଷ୍ଟିରୁ ଆଗୁଆ ଆଇସିୟୁକୁ ବାଛୁଛନ୍ତି ରୋଗୀଙ୍କ ସମ୍ପର୍କୀୟ।

୩-ପରିବା ବଜାରରେ ନିଆଁ,ଆଳୁ, ପିଆଜ ଓ ଟମାଟୋ ଦର ଆକାଶ ଛୁଆଁ।

୪-ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ, ରେଭେନ୍ସା ଆଗରେ,ବିଜେବି ପଛରେ।୩ଲକ୍ଷ ୪୭ହଜାର ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲର୍ଟ।୨୧ରୁ ୨୬ ଯାଏଁ ଚାଲିବ ନାମ ଲେଖା।

୫-କୋରାପୁଟ ବନ୍ଧୁ ଗାଁର ନମିତା ମେଲେକାଙ୍କୁ କିସ୍ ରୁ ଡାକରା, ମାଗଣାରେ ପାଠ ପଢ଼ିବା ପାଇଁଁ ଆମନ୍ତ୍ରଣ କଲେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ।

୬-ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ। ଦେବୀ ମିଶ୍ରଙ୍କୁ କଲା ପଚରାଉଚରା।‌

୭-ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଓଜେଇଇ,ପ୍ରକାଶ ପାଇଲା ପରିବର୍ତ୍ତିତ କାର୍ଯ୍ୟସୂଚୀ।

୮-ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଟିଭି ଓ ହ୍ୱାଟସ୍ଆପ୍ ମାଧ୍ୟମରେ ମିଳିବ ଚିକିତ୍ସା ସମ୍ବନ୍ଧରେ ଟିପ୍ସ।

୯-ଗୁଗୁଲ ପ୍ଲେ ଷ୍ଟୋରରୁ ସାମୟିକ ଭାବେ ହଟିଲା ପେଟିଏମ୍, ବ୍ୟବହାରକାରୀଙ୍କ ଟଙ୍କା ସୁରକ୍ଷିତ କହିଲା କମ୍ପାନୀ।

୧୦-ମନ୍ତ୍ରୀ ଓ ସାଂସଦଙ୍କ ବେତନ, ଭତ୍ତା ଓ ପେନ୍‍ସନ୍‍ ସଂଶୋଧନ ବିଲ୍‍ ରାଜ୍ୟସଭାରେ ଗୃହିତ।

୧୧-ଆଜି ଠାରୁ ଆରମ୍ଭ ହେବ ଆଇପିଏଲ ୧୩; ପ୍ରଥମ ମ୍ୟାଚରେ ମୁମ୍ବାଇ- ଚେନ୍ନାଇ ଟକ୍କର।

୧୨- ରାଜ୍ୟସଭା ରେ ସାଂସଦ ସୁଜିତ୍ କୁମାର ଉଠାଇଲେ କଳାହାଣ୍ଡି BSNL 4G ସେବା ବନ୍ଦ ପ୍ରସଂଗ। କହିଲେ ଏହାଦ୍ୱାରା ଗ୍ରାମାଂଚଳ ରେ ପଡିପାରେ ବୀପରିତ ପ୍ରଭାବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here