ସାମୁହିକ ମହାଳୟା ଶ୍ରାଦ୍ଧ ଓ ତର୍ପଣ :

ସୁନ୍ଦରଗଡ଼: ଆଜି ଆଶ୍ଵିନ ଅମାବାସ୍ୟା, ପବିତ୍ର ମହାଳୟା ଅବସରରେ ରାଉରକେଲା ସେକ୍ଟର-୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ସାମୁହିକ ପିତୃ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କରନା ମହାମାରୀ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ କୋଭିଡ଼ ଗାଇଡ଼ ଲାଇନ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସାମୁହିକ କାର୍ଯ୍ୟକ୍ରମ ରେ ରାଉରକେଲା ସମେତ ବଣେଇ, କୁଆରମୁଣ୍ଡ, ନୂଆଗାଁ ତଥା ଆଖପାଖ ଅଞ୍ଚଳର ପ୍ରାୟ ୧୪୦ ଜଣ ବ୍ୟକ୍ତି ଵିଭିନ୍ନ ପାଳିରେ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡ ପ୍ରଦାନ କରିଥିଲେ।

ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ନିତ୍ୟାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଶକ୍ତିପୀଠର କାର୍ଯ୍ୟକାର୍ତ୍ତା ଶ୍ରୀ ଶିବ ଚନ୍ଦ୍ର ସାହୁ ଓ ଗାୟତ୍ରୀ ମିଡ଼ିଆ ର ପ୍ରଭାରୀ ଶ୍ରୀ ବିଜୟ କୁମାର କର ସମ୍ପୂର୍ଣ୍ଣ କାଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here