ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ବରେ ବିଡ଼ିଓ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟ ଙ୍କୁ ବିଦାୟ ସମ୍ବର୍ଦ୍ଧନା। ପୌରନିରବାହୀ ର ଅଧିକାରୀ ସୌରେନ୍ଦ୍ର ରାଉତରାୟ  ଦୀର୍ଘ ୧୧ ମାସ ରାଜଗାଙ୍ଗପୁର  ପୌରପାଳିକା ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ହାତକୁ ନେଇଥିଲେ ।ଶ୍ରୀଯୁକ୍ତ ରାଉତରାୟ ପରିମଳ ବ୍ୟବସ୍ଥା ପାଇଁ ସବୁ ୱାର୍ଡ ପାଇଁ ମଇଳା ବୋଝଇ ଗାଡି ର ଶୁଭାରମ୍ଭ କରିଥିଲେ ଯାହା ଫଳରେ ସହରର ସ୍ୱଚ୍ଛତା ରେ ଉନ୍ନତି ଘଟିଥିଲା।।  ସ୍ୱଚ୍ଛତା କ୍ଷେତ୍ରରେ ରାଜଗାଙ୍ଗପୁର ସହର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ପୁରସ୍କୃତ ମଧ୍ୟ  ହୋଇଥିଲା। କରୋନା ମହାମାରୀ ସମୟରେ ଗରୀବ ଅସହାୟ ଲୋକଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।ଏହା ସହ ଜନ ସାଧାରଣ ଙ୍କ ପାଇଁ ନୂତନ କରି ବିଭିନ୍ନ ଯୋଜନା ମଧ୍ୟ ଶୁଭାରମ୍ଭ କରିଥିଲେ। କିନ୍ତୁ ଶ୍ରୀଯୁକ୍ତ ରାଉତରାୟ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପକୁ ବଦଳି ହୋଇଯାଇଛନ୍ତି। ଆଜି ପୌରପାଳିକା ଠାରେ ଏକସଭାର ଆୟୋଜନ କରାଯାଇ ସୌରେନ୍ଦ୍ର ରାଉତରାୟ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବ୍ଲକ ଉନ୍ନୟନ ଅଧିକାରୀ ପୀୟୂଷ ଲୋହାର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସଭାରେ  ପୂର୍ବତନ  କାର୍ଯ୍ୟନିର୍ବାହୀ ଅଧିକାରୀ ଭାବବିହ୍ବଳ ହୋଇପଡିଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here