ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧. ଭକ୍ତ ଦାସ ମଣିପୁର ଓ ମିଜୋରାମ ରାଜ୍ୟର ସାଙ୍ଗଠନିକ ପ୍ରଭାରୀ ଭାବେ ନିଯୁକ୍ତ, କଳାହାଣ୍ଡି କଂଗ୍ରେସରେ ଖୁସିର ଲହରୀ ।

୨. ସୀମାରେ ଚୀନ୍ ବିଛାଇଛି ଅପଟିକାଲ ଫାଇବର କେବୁଲ, ଭାରତକୁ ଭରସା ରେଡିଓ ।

୩. ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ଗୃହକୁ ଅବଗତ କରାଇବେ ପ୍ରତିରକ୍ଷା ମନ୍ତ୍ରୀ !

୪. ସରକାର ସୋମବାର (ସେପ୍ଚେମ୍ୱର ୧୪)ରେ ବିଦେଶକୁ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି।

୫. ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ ଆଗ୍ରାର ମୋଗଲ ସଂଗ୍ରହାଳୟ : ଯୋଗୀ ଆଦିତ୍ୟନାଥ କହିଛନ୍ତି ।

୬. ଦେଶରେ ଆରୋଗ୍ୟ ହାର ୭୮ପ୍ରତିଶତ : ମୃତ୍ୟୁସଂଖ୍ୟା ୮୦ ହଜାର ନିକଟତର ।

୭. ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର ।

୮. ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ପରେ ମୁମ୍ବାଇ ଛାଡିଲେ ଅଭିନେତ୍ରୀ କଙ୍ଗନା ରନାୱତ୍ ।

୯. ଡ୍ରଗ୍ସ ମାମଲାରେ ଆଜି ମୃତ ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମହାଉସ ଉପରେ ଚଢାଉ କରିଛି ଏନସିବି ।

୧୦. ଚୀନର ବଡ କଳା କାରନାମାର ବଡ ଖୁଲାସା । ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମେତ ୧୦ ହଜାରରୁ ଅଧିକ ଲୋକଙ୍କ ଉପରେ ନଜର ରଖିଛି ଡ୍ରାଗନ କମ୍ପାନୀ : ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ଖବର ।

୧୧. ସମଲିଙ୍ଗୀ ବିବାହକୁ ହିନ୍ଦୁ ବିବାହ ଅଧିନିୟମରେ ସାମିଲ୍ ନେଇ ପକ୍ଷ ରଖିଲା କେନ୍ଦ୍ର ସରକାର ।

୧୨. ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା, ୬ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

୧୩. ରାଜ୍ୟର ଆଉ ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୨ ହଜାର ଟପିଲା

୧୪. ରାଜ୍ୟରେ ବନ୍ଦ ହେବ ଟିଏମସି ଓ ସିସିଏଚ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

୧୫. ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର। ସମସ୍ତ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ୍‌ ସେଣ୍ଟର ଓ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ପାଇଁ ସରକାର ନଷ୍ପତ୍ତି ନେଇଛନ୍ତି ।

୧୬. ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ୍‌ କେୟାର୍ ସେଣ୍ଟର୍, ଟେମ୍ପରାରି ମେଡିକାଲ୍ ସେଣ୍ଟର୍‌ ଓ କୋଭିଡ୍‌ କେୟାର୍ ହୋମ୍ ।

୧୭. ଦେବାଳୟ ଖୋଲିବା ମାମଲା : ହାଇକୋର୍ଟରେ ସରକାର ରଖିଲେ ଯୁକ୍ତି, ଧର୍ମାନୁଷ୍ଠାନ କେବେ ଖୋଲିବ ସେ ସମ୍ପର୍କରେ ପ୍ରଶାସନ ନିଷ୍ପତ୍ତି ନେବ ।

୧୮. ଆସନ୍ତା କାଲି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ ।

୧୯. NTA UGC-NET ପରୀକ୍ଷା ୨୦୨୦: ଜାତୀୟ ଯୋଗ୍ୟତା ପରୀକ୍ଷା (UGC-NET) ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚୁରାଲ ରିସର୍ଚ୍ଚ (ICAR) ପରୀକ୍ଷା ସହିତ ଏହାର ତାରିଖ କ୍ରାସ କରିବା ପରେ ଏହାକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି ।

୨୦. ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେଶନ। ଅକ୍ଟୋବର ୭ ପର୍ଯ୍ୟନ୍ତ ଏହି ମୌସୁମୀ ଅଧିବେଶନ ଚାଲିବ ।

୨୧. କୃଷି ସଂକ୍ରାନ୍ତୀୟ ୩ଟି ବିଲ୍ ଲୋକସଭାରେ ଉପସ୍ଥାପିତ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here