ଜଙ୍ଗଲରୁ ୨ ଦିନର ସମ୍ବର ଛୁଆ ଉଦ୍ଧାର

ସୁନ୍ଦରଗଡ: ନୂଆଗାଁ ବ୍ଲକ ଅନ୍ତର୍ଗତ ଚୁଆଁବାହାଲ ଗ୍ରାମ ପାଖ ଜଙ୍ଗଲରେ ଗାଇ ଚରାଉ ଥିବା ପିଲା ଦେଖିଲେ ଯେ ଗୋଟିଏ ଛୋଟିଆ ସମ୍ବର ଛୁଆ ପଡିଛି । ଏହି ବିଷୟରେ ସେମାନେ ନୂଆଗାଁ ଫାଣ୍ଡିରେ ଖବର ଦେବାପରେ ଫାଣ୍ଡି କାରୀ କୈଳାସ ଚନ୍ଦ୍ର ନାଏକ ଘଟଣାସ୍ଥଳକୁ ଯାଇ ୨ ଦିନର କଅଁଳା ସମ୍ବର ଛୁଆକୁ ଉଦ୍ଧାର କରି ଆଣିବା ପରେ ସ୍ଥାନୀୟ ବନ ବିଭାଗକୁ ଏ ନେଇ ଖବର ଦେବା ପରେ ମଧ୍ୟ ବିଳମ୍ବ ପର୍ଯ୍ୟନ୍ତ କେହି ପହଞ୍ଚି ନ ଥିଲେ । ତେବେ ବିରମିତ୍ରପୁର ରେଞ୍ଜ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ସମ୍ବର ଛୁଆ ନିକଟରେ ପହଞ୍ଚିଥିଲେ । ଏ ନେଇ ଆମେ ବିରମିତ୍ରପୁର ରେଞ୍ଜର ନୂତୁନ ହେମ୍ରମଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ୨ ଦିନର ଛୁଆଟା ତାର ମା ଛାଡି ପଳାଇଛି , ତାର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ସୁସ୍ଥ ହୋଇଥିବା ଛୁଆକୁ ମା ପାଖରେ ଛାଡିବାର ବ୍ୟବସ୍ତା କରିବୁ । ଆଜି ଗାଇ ଜଗୁଆଳ ପିଲାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଦିନର କଅଁଳା ଶିଶୁ ସମ୍ବରଟି ଉଦ୍ଧାର ହେବା ସହିତ ତାର ଜୀବନ ବଞ୍ଚିଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here