କିନ୍ନର ଙ୍କ ସାହଯ୍ୟ ନେଇ ଜବରଦସ୍ତି ଦୋକାନ ଖାଲି କରାଇଲେ ଘରମାଲିକ

ସୁନ୍ଦରଗଡ଼ : ରାଜଗାଙ୍ଗପୁର ପୈ।ରାଞ୍ଚଳରେ  ଆଜି ଘରମାଲିକ ଭଡ଼ା ଦେଇଥିବା ଦୋକାନକୁ ଖାଲି କରିବା ପାଇଁ କିନ୍ନରଙ୍କ‌ ସାହାଯ୍ୟରେ ଜବରଦସ୍ତି ଦୋକାନ ଖାଲି କରାଇବା  ନେଇ ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଜଣାଯାଇଛି ଯେ ପାଞ୍ଚ ବର୍ଷ ପୂର୍ବେ  ମହମ୍ମଦ ଅସରଫ ଘରମାଲିକ ମହମ୍ମଦ ଗ୍ୟାସୁଦିନ‌ଙ୍କ ଦୋକାନ ଗୃହକୁ ଲିଜ୍ ଆକାରରେ ଭଡ଼ା ସୂତ୍ରରେ ନେଇ ଥିଲେ। ହେଲେ ଦେଢ଼ ବର୍ଷହେବ ଲିଜ ସରିଯାଇ ଥିଲେ ମଧ୍ୟ  ଦୋକାନ ଖାଲି କରୁନଥିବା କି ଦେଢ଼ ବର୍ଷ ହେବ ଟଙ୍କା କିଏ ଭଡ଼ା ଦେଉନଥିବା ‌ବେଳେ ଘର ଖାଲି କରିବାକୁ ‌କହିଲେ ଶୁଣୁ ନଥିବାରୁ ବାଧ୍ୟ ହୋଇ  କିନ୍ନର ଙ୍କ ସାହାଯ୍ୟ ରେ ଦୋକାନ ‌ଖାଲି କରାଇ ଥିବା କଥା ଘରମାଲିକ ଗ୍ୟାସୁଦିନ କହିଛନ୍ତି । ଅନ୍ୟ ପକ୍ଷରେ ଦୋକାନ ମାଲିକ କହିଛନ୍ତି ହାଇକୋର୍ଟରୁ ଦୋକାନ ଖାଲି ନକରିବା ପାଇଁ ରହାତଦେଶ ଆଣିଛି । କୋର୍ଟରୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଦୋକାନ ଖାଲି‌କରିବି ନାହିଁ ବୋଲି ସେ କହିଛନ୍ତି । କିନ୍ନର ମାନେ ଆଜି ଜବରଦସ୍ତି ‌ଦୋକାନର ସାମାନ ଫିଙ୍ଗା,ଫିଙ୍ଗି କରିବାରୁ ଦଶଲକ୍ଷରୁ ଅଧିକ କ୍ଷତି ହୋଇଥିବା ନେଇ ଅଭିଯୋଗ ଥାନାରେ କରିଛନ୍ତି। ଅନ୍ୟ ପକ୍ଷରେ ଘରମାଲିକ ମଧ୍ୟ ଘର ଖାଲି କରୁନଥିବାର ପାଲଟା ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here