କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦପ୍ତର ପଛପଟେଥିବା ସୋଭନୀୟ ଶିକ୍ଷାଶ୍ରମ ପରିସରରେ ଚାରାବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଗରାପୁର କପାଳେଶ୍ଵର ଗ୍ରାମ ପଞ୍ଚାୟତର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଠିକ୍ ପଛପଟକୁ ଏକ କିଲୋମିଟର ଗଲେ ସୋଭନୀୟ ଶିକ୍ଷା ଆଶ୍ରମ ପରିସରରେ ଇକୋକ୍ଲବ୍ ବା ସବୁଜ ବାହିନୀ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଡ୍ ଭୋକେଟ୍ ଶ୍ରୀଯୁକ୍ତ ପ୍ରଦୀପ୍ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ), ବଳଦେବ ହାଇସ୍କୁଲର ସବୁଜ ବାହିନୀ ଶିକ୍ଷକ ପାର୍ଥ ସାରଥୀ ବେହେରା,ସାମ୍ବାଦିକ ଓ ସମାଜସେବୀ ପ୍ରଫୁଲ୍ଲ କୁମାର ଦାସ ଏବଂ ରଂଜନ କୁମାର ସାହୁ,ଡେରାବିଶର ବିଜେଡି ନାରୀନେତ୍ରୀ ଶ୍ରୀମତୀ ଅନୀତା ମହାନ୍ତି,ସମାଜସେବୀ ରମେଶ କୁମାର ଥାଟୋଇ ଏବଂ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା କରଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷହିଁ ଜୀବନ ।

ବୃକ୍ଷ ବିନା ମଣିଷ ସମାଜର କୌଣସି ଅସ୍ଥିତ୍ୱ ବା ସତାନାହିଁ । ମଣିଷ ସମାଜ ଓ ଜୀବ ଜଗତ ପାଇଁ ବୃକ୍ଷ ରୋପଣର ନିତ୍ୟାନ୍ତ ଆବଶ୍ୟକତା ରହିଛି । ବୃକ୍ଷହିଁ ଆମକୁ ଅମ୍ଳଜାନ ଗ୍ୟାସ୍ ଦେଇ ଆମଠୁ ଅଂଗାର କାମ୍ଳ ଗ୍ୟାସ୍ ନେଇଥାଏ । ବୃକ୍ଷ ବିନା ସମଗ୍ର ବିଶ୍ୱ ବା ପ୍ରାଣି ଜଗତର ସତା ଏବଂ ଅସ୍ତିତ୍ୱ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି । ତେଣୁ ଆମକୁ ପ୍ରତିଦିନ କିଛିନା କିଛି ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି । ଧୀରେ ଧୀରେ କାଠ ମାଫିଆଙ୍କ ଦ୍ୱାର ଜଂଗଲ ନଷ୍ଟ ହେବାକୁ ବସିଲାଣି । ଆମ ଦେଶରେ ଜଂଗଲ ପରିମାଣ ହାର୍ସ ହେବା ଦ୍ୱାରା ପରିବେଶ୍ ଦୃର୍ଷିତ ହେଉଛି ଏବଂ ବର୍ଷାର ପରିମାଣ ମଧ୍ୟ ଧିରେ ଧିରେ କମିବାକୁ ଲାଗିଲାଣି । ତେଣୁ ଆମକୁ କୃର୍ତିମ ଜଂଗଲ ସୃଷ୍ଟି କରିବାପାଇଁ ହେଲେ ଏବଂ ପରିବେଶର ଭାରସାମ୍ୟ ବା ଶନ୍ତୁଳନକୁ ସ୍ଥିର ରଖିବାପାଇଁ ହେଲେ ସମସ୍ତେ ପ୍ରତିଜ୍ଞା ବଦ୍ଧ ହୋଇ କିଛିନା କିଛି ବୃକ୍ଷ ପ୍ରତିଦିନ ନିଜ ବାଡିରେ ହେଉକି ରାସ୍ତାର ଦୁଇ କଡରେ ହେଉ ବିଭିନ୍ନ ଔଷଧୀୟ ଚାରାଗଛ ରୋପଣ କରିବା ଉଚ୍ଚିତ । ସେହିଭଳି ଏକ ମହତ ଉଦ୍ଧେଶ୍ୟକୁ ଆଖିଆଗରେ ରଖି ବିଦ୍ୟାଳୟର ଚତୁର୍ପାଶ୍ୱକୁ ସରସ ସୁନ୍ଦର କରିବାପାଇଁ ବୃକ୍ଷରୋପଣ କରାଯାଇଥିଲା । ସେହିପରି ବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ଅଧା କଚା ରାସ୍ତାକୁ ସମ୍ପୂର୍ଣ୍ଣ ପକାରାସ୍ତା କରିବାପାଇଁ ଆମର ମାନ୍ୟବର ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଦାବି କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here