ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୩୦୦ କୋଟିର ପ୍ୟାକେଜ୍ ଘୋଷଣା, ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା।

୨-ପରିମଳ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ ଯୋଜନା, ଘର-ବାଇକ ପାଇଁ ୯୦ ପ୍ରତିଶତ ସହାୟତା, ପିଜି ଯାଏ ପିଲାଙ୍କୁ ମାଗଣା ଶିକ୍ଷା।ଯୋଜନାରେ ୨୦ ହଜାର କର୍ମଚାରୀ ଉପକୃତ ହେବେ।

୩-NEET ପରୀକ୍ଷା ପାଇଁ ରବିବାର ବନ୍ଦ ରହିବ ୧ ନମ୍ବର ହାଟ।

୪-ଭୁବନେଶ୍ୱର:ସେପ୍ଟେମ୍ବର ୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା।

୫-JEE ମେନ୍ ଫଳ ପ୍ରକାଶ,ଟପର ତାଲିକାରେ ୨୪ ଜଣ, ଆଜିଠୁ JEE ADVANCED ଆବେଦନ,୧୭ରେ ଶେଷ,୨୭ରେ ପରୀକ୍ଷା।

୬-ଭୁବନେଶ୍ୱର:ଆଉ ୪୦୬୧କରୋନା ଆକ୍ରାନ୍ତ ସୁସ୍ଥ , ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାରକୁ ବୃଦ୍ଧି।

୭-ଗଞ୍ଜାମ: ସୁରତ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ପରିବାରକୁ କିସ୍ ଫାଉଣ୍ଡେସନ ବଢାଇଲା ସହାୟତାର ହାତ।

୮-ସୋମବାରରୁ ସଂସଦର ମୌସୁମୀ ଅଧିବେଶନ; ୧୧ ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ ଆସିବ ୨୩ ନୂଆ ବିଲ୍।

୯-ନୁଆ ଦିଲ୍ଲୀ:ଚେଲ୍ଲାକୁମାର ଓଡ଼ିଶା କଂଗ୍ରେସ ନୂଆ ପ୍ରଭାରୀ,ଭକ୍ତଙ୍କୁ ମିଜୋରାମ ଓ ମଣିପୁର ଦାୟିତ୍ୱ; ରାମ ଖୁଣ୍ଟିଆ ବାଦ୍‌।

୧୦-ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୁପ୍ରିମକୋର୍ଟରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ।

୧୧-ଆର୍ଯ୍ୟ ସମାଜର ଜଣାଶୁଣା ସନ୍ଥ ସ୍ବାମୀ ଅଗ୍ନିବେଶଙ୍କର
୮୦ ବର୍ଷ ବୟସରେ ପରଲୋକ।

୧୨-ରାଜ୍ୟସଭା ରେ ସଂମ୍ପୁର୍ଣ ଉପସ୍ଥାନ ପାଇଁ ହୁଇପ୍ ଜାରି କଲେ ନବୀନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here