ପୁଣି ପଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ନାମରେ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଟାମୁଣ୍ଡାଇ ଆଦର୍ଶ ଥାନାର ପୋଲିସ୍ ନାମରେ ଆସିଲା ଏକ ବହୁତ୍ ବଡ ସଂଗୀନ ଆଉ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ । ପଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନରସିଂହପୁର ଗ୍ରାମର ରଶ୍ମିତା ସ୍ୱାଇଁ ନାମକ ଜୈନିକା ମହିଳାଙ୍କୁ ସେହି ଗ୍ରାମର ତାଙ୍କ ପୁତୁରା ସମ୍ବିତ୍ କୁମାର ସ୍ବାଇଁ ନାମକ ଯୁବକ ଆଗରୁ ବିଭିନ୍ନ ହଇରାଣ ହରକତ୍ କରିବା ସଂଗେ ସଂଗେ ଅଶୀଳ ଇଂଗୀତ ମଧ୍ୟ ପଦର୍ଶନ କରୁଥିଲେ । ଏପରିକି ବହୁଦିନ ଧରି ରଶ୍ମିତା ସ୍ୱାଇଁଙ୍କୁ ଶାଶୁଘର ଲୋକେ ମଧ୍ୟ ଜମିବାଡି ବିବାଦକୁ ନେଇ ମାଡଗାଳି ସହିତ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ରଶ୍ମିତାଙ୍କୁ ଘରଭିତରେ ପଶି ଏକଲା ପାଇ ତାଙ୍କ ପୁତୁରା ତାଙ୍କୁ ବଳତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ରଶ୍ମିତା ବଡପାଟି କରି ପ୍ରତିବାଦ କରିବାରୁ ତାଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଉପରେ ଘୋସାଡି ନେଇ ଲଂଗଳା କରି ସର୍ବ ସମ୍ମୁଖରେ ମାଡ ମାରିବା ସହିତ ଅଶାଳୀନ ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ ।

ଏବିଷୟରେ ତାଙ୍କ ସ୍ୱାମୀ ବୀଜୟ ଜାଣିବା ପରେ ଅଭିଯୁକ୍ତଙ୍କୁ ପଚାରିବାରୁ ବୀଜୟଙ୍କ ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ଖୁବ୍ ଯୋରରେ ସମ୍ବିତର ‘ମା’ ବାପା ଏବଂ ପରିବାରର ଅନ୍ୟାନ୍ୟ ସମସ୍ତେ ସଦସ୍ୟ ମିଶି ବିଜୟଙ୍କୁ ଗାଳିଗୁଲଜ କରିବା ସହିତ ମାଡମାରି ଗୋଡ ଭାଂଗୀ ଦେଇଥିଲେ । ଏବିଷୟରେ ପଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବାର ଏଥିମଧ୍ୟରେ ଦୀର୍ଘ ୨ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଟାମୁଣ୍ଡାଇ ପୋଲିସ ଦୋଷୀକୁ ଗିରଫ୍ ନକରି ନୀରବ ଦ୍ରଷ୍ଟା ପାଲଟିଛି । ଆସାମୀ ସମ୍ବିତକୁ ଗିରଫ୍ ନକରିବାରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଅଭିଯୋଗ କାରିଣୀଙ୍କ ସହିତ ତାଙ୍କ ଦୁଇ ପିଲା ଏବଂ ଶତାଧିକ ଗ୍ରାମବାସୀ ବସି ରହିଥିବା ଦେଖିବାକୁ ମିଳିଛି । ଏପରିକି ଆହୁରି ମଧ୍ୟ ଅଭିଯୋଗ କାରିଣୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ-ପୋଲିସ୍ ଆସାମୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଲାଞ୍ଚନେଇ ଆସାମିକୁ ଘଣ୍ଟ ଘୋଡାଉଛି । ଆମେ ଗରିବ ଲୋକ ହୋଇଥିବାରୁ ପୋଲିସ ଆମ କଥା ଶୁଣୁନାହିଁ । ଆମେ ଥାନାକୁ କେସର ଆଇଓଙ୍କୁ ଦେଖା କରିବାକୁ ଗଲେ ପୋଲିସ ଆମ ମୋବାଇଲ୍ ଫୋନ୍ ମଧ୍ୟ ଛଡାଇ ନେଉଛି । ଖୁଲମ୍ ଖୁଲା ଆସାମୀ ବୁଲୁଥିଲେ ମଧ୍ୟ ଆସାମୀକୁ ପୋଲିସ ଏପର୍ଯ୍ୟନ୍ତ କାହିଁକି ଗିରଫ୍ କରୁ ନାହିଁ । ଏହା ପଛରେ କଣ ରହିଛି ଗୁଢ ରହସ୍ୟ । କାହିଁକି ଅଭିଯୁକ୍ତ ସମ୍ବିତକୁ ପୋଲିସ ଗିରଫ୍ ନକରି ଘଣ୍ଟ ଘୋଡାଉଛି । କଣ ଟଙ୍କା ଲୋଭରେ ନା ରାଜନେତାଙ୍କ ଚାପରେ । ଏସବୁର ପୁରା ପର୍ଦ୍ଦା ଫାସ୍ ଏବଂ ଖୁଲାସା କରିବୁ ଆମେ ଆମ ଚ୍ୟାନେଲ ମଧ୍ୟମରେ । ତେବେ ଆସନ୍ତୁ ଦେଖିବା କଣ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ଜିଲ୍ଲା ପାଳଙ୍କ ସମେତ ଅଭିଯୋଗ କାରିଣୀ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଅନ୍ୟାନ୍ୟ ଗ୍ରାମବାସୀ ମାନେ । ତେବେ ଚାଲନ୍ତୁ ନା ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ । ଆପଣ ଆମ ଚ୍ୟାନେଲକୁ ସେମିତି ଦେଖୁଥାନ୍ତୁ ଆଉ ଲାଇକ୍ ସବ୍ ସ୍କ୍ରାଇବ୍ କରିବାକୁ ଆଦୌ ଭୂଲିବେନି।

ଜିଲ୍ଲାପାଳ
ଅଭିଯୁକ୍ତ କାରିଣୀ

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।*

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here