ଆଜି ବନ୍ୟା ଅଞ୍ଚଳ ଗ୍ରସ୍ଥରେ ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ଏବଂ ବିଶିଷ୍ଟ ସମାଜସେବୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ପଡୁସର ଶ୍ରୀଯୁକ୍ତ ମାନସ କୁମାର ସହୁ(ମାନଭାଇ) ଆଳି ନିର୍ବାଚନ ମଣ୍ଡଳୀର ବହୁ ଅଞ୍ଚଳ ତଥା ମାନପୁର, ସଂଶିଦା ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡ଼ର ଦଳିତ ସାହିକୁ ଯାଇ ପ୍ରାୟ ୮୦ରୁ ଅଧିକ ପରିବାରଙ୍କ ସୁଖ ଦୁଃଖ ଭଲମନ୍ଦ ପଚାରି ବୁଝିବା ପରେ ଉକ୍ତ ଦଳିତ୍ ବର୍ଗର ଲୋକ ମାନଙ୍କୁ ଚୂଡା, ଚାଉଳ, ଗୁଡ, ମହମବତୀ ଏବଂ ଦିଆସିଲ୍ ସହିତ ଅନ୍ୟାନ୍ୟ ରାସନ ସାମଗ୍ରୀ ରିଲିଫ୍ ଆକାରରେ ଯଗାଇ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ନାରୀ ନେତ୍ରୀ ଅନୀତା ମହାନ୍ତିଙ୍କ ସମେତ ସମାଜସେବୀ ବିକ୍ରମ କେଶରୀ ରାଉତ ଓ ସାମ୍ବାଦିକା ପ୍ରଭାସିନୀ ପାତ୍ର ଓ ଦିଲ୍ଲୀପ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ।