ଜଗତସିଂହପୁର ଡ୍ରଗ ଇନ୍ସପେକ୍ଟରଙ୍କ ଡାଟା ଏଣ୍ଟ୍ରି ଅପରେଟର ଭିଜିଲାନସ୍ ଜାଲରେ।

ଜଗତସିଂହପୁର-4/9-ଜଗତସିଂହପୁର ଡ୍ରଗ ଇନ୍ସପେକ୍ଟରଙ୍କ  କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ ଲାଞ୍ଚ କାରବାର ଚାଲୁଥିଲେ ମଧ୍ୟ ସବୁ ବିଭାଗରେ ପ୍ରଶାସନ ଜାଣି ଚୁପ୍ ରହିଥାନ୍ତି । କାଲି  ଦଶ ହଜାର ଟଙ୍କା ଜବତ। ଜଗତସିଂହପୁର ଡ୍ରଗ ଇନ୍ସପେକ୍ଟର କାର୍ଯ୍ୟଳୟ ର ଡାଟା ଏଣ୍ଟ୍ରି ଅପେରେଟର ତପନ କୁମାର ସେଠୀ ଠାରୁ ଦଶ ହଜାର ଲାଞ୍ଚ ନେଉଥିବା  ବେଳେ  ଧରାପଡିଛନ୍ତି ଭିଜିଲାନ୍ସ ହାତରେ i  ମେଡିସିନ୍ ଦେ।କାନ ଲାଇସେନ୍ସ କରାଇ ଦେବା ପାଇଁ ତରଡାପଡା ଗ୍ରାମର ଶୁଭେନ୍ଦୁ ସ୍ବାଇଁ ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

କଟକ ଭିଜିଲାନ୍ସ ଆଡ଼ିସନାଲ ଏସପି ବେଣୁଧର ନାୟକଙ୍କ ସୂଚନା ଅନୁସାରେ ଜଗତସିଂହପୁର ଡ୍ରଗ ଇନ୍ସପେକ୍ଟର କାର୍ଯ୍ୟଳୟ ର ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ ମେଡ଼ିସିନ ଦୋକାନ ଲାଇସେନ୍ସ କରିଦେବା ପାଇଁ ଶୁଭେନ୍ଦୁ ସ୍ୱାଇଁ ଙ୍କ ଠାରୁ ଦଶ ହଜାର ଦାବୀ କରିଥିଲେ।ଶୁଭେନ୍ଦୁ ଏନେଇ କଟକ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ।ଆଜି ଦିନ ଗୋଟାଏ ବେଳେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ଶୁଭେନ୍ଦୁ ଟଙ୍କା ଦେଲାବେଳେ ତପନ କୁମାର ସେଠୀଙ୍କ ହାତରୁ ଭିଜିଲାନ୍ସ ବିଭାଗ ଦଶ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲ।।ଏହି ଚଢ଼ାଉରେ ଭିଜିଲାନସ୍ ଇନ୍ସପେକ୍ଟର ଅନୁପମା ସାହୁ,ଭାଗ୍ୟଲକ୍ଷ୍ମୀ ପ୍ରଧାନ,ଜ୍ୟୋତିଶଙ୍କର ସାହୁ,ଆୟୁଷ ଖାଁ ପ୍ରମୁଖ ସାମିଲ ଥିଲେ।

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଂପ୍ଲୁଲ କୁମାର ସାହୁ ଙ୍କ  ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here