କେନ୍ଦ୍ରାପଡାରେ ବନ୍ୟାର ତାଣ୍ଡବ, ପଢନ୍ତୁ ସମ୍ପୁର୍ଣ ଖବର I

କେନ୍ଦ୍ରାପଡା: ଗତ ୩ଦିନଧରି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ତାର କାଳର କରାଳ ସ୍ରୋତରେ ତାଣ୍ଡବ ଲୀଳା ରଚିଚାଲିଥିବା ଜଣାପଡିଛି । ଯଥା-ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ବେଣୀପୁର ଗ୍ରାମ ନିକଟରେ ଏକ ୧୦୦ ମିଟର ଲମ୍ବାର ବିରାଟକାୟ ଘାଇ ହେବାଫଳରେ ବେଣୀପୁର ଗ୍ରାମର ପାୟ ୫ଟି ୱାର୍ଡ଼ ସମ୍ପୁର୍ଣ୍ଣ ଭାବେ ବନ୍ୟା ଜଳରେ ବୁଡି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଜଣାପଡ଼ିଛି । ସେହିପରି ପଟ୍ଟାମୁଣ୍ଡାଇ,ମହାକାଳପଡା,ରାଜନଗର,ରାଜକନିକା,ଆଳି ପାଟକୁରା ସମେତ ମାର୍ଶାଘାଇର କିଛି ଅଞ୍ଚଳରେ ପଳୟଂକାରୀ ବନ୍ୟାଜଳ ଆଶି ସମ୍ପୂର୍ଣ୍ଣ ଭାବେ ତାଣ୍ଡବ ଲୀଳା ରଚିଥିବା ଦେଖା ଦେଇଛି । ସବୁଆଡେ ଖାଲି ଜଳମଗ୍ନ ବା ପାଣିହିଁ ପାଣି । ଯୁଆଡେ ଦେଖିଲେବି ବନ୍ୟା ଜଳ ସାଂଗକୁ ଜମିବାଡି ଘରଦ୍ୱାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଶରେ କୋଭିଡ୍-19 ବା କରୋନା ମହାମାରୀ ଭଳି ରୋଗ ବା ବିପତ୍ତି ସମୟରେ ଓଡିଶା ସମେତ ଉପରମୁଣ୍ଡ ଛତିଷଗଡ ଓ ମଧ୍ୟପ୍ରଦେଶ ପ୍ରଭୃର୍ତି ରାଜ୍ୟ ମାନଙ୍କରେ ପ୍ରବଳ ଲଘୁଚାପ୍ ଜନିତ ବର୍ଷା ଦୀର୍ଘଦିନ ଧରି ଲାଗିରହିବା ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବିରୂପା ନଦୀ ଏବଂ ସେମାନଙ୍କର ସାଖା ନଦୀ ଯଥା–ପାଇକା, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଏବଂ ଗୋବରୀ ନଦୀ ମାନଙ୍କରେ ବନ୍ୟା ଜଳସ୍ଥର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବହୁ ଜାଗାରେ ନଦୀବନ୍ଧ ଗୁଡିକରେ ବଡବଡ ଘାଇ ସୃଷ୍ଟି ହୋଇ ବା ଭାଂଗୀ ପ୍ରାୟ ଶତାଧିକ ଗ୍ରାମ ମାନଙ୍କରେ ବନ୍ୟା ପାଣି ପଶି ହଜାର ହଜାର ହେକ୍ଟର ଚାଷଜମି ସହିତ ଧାନ ଫସଲ ଓ ନଦୀ ପଠାରେ ଚାଷ ହୋଇଥିବା ବିଭିନ୍ନ କିଷମର ପନିପରିବା ପାଣିରେ ବୁଡି ରହିବା ଫଳରେ ପଚିସଢୀ ସବୁ ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ସେପଟେ ଚାଷୀ ହତାସ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । ଏପଟେ ନଦୀ କୂଳିଆ ବହୁତ୍ ଗୁଡିଏ ଗାଁ ଗଣ୍ଡା ମାନଙ୍କରେ ବନ୍ୟାଜଳ ପସିଯିବାରୁ ଡେରାବିଶର ବ୍ଲକର ୪ଟି ପଞ୍ଚାୟତର ଲୋକେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ-ବେଣୀପୁର ନିକଟରେ ହୋଇଥିବା ଶହେ ମିଟର ଲମ୍ବର ଘାଇକୁ ସ୍ଥାନୀୟ କଣ୍ଟ୍ରାକ୍ଟର ଜାଣିଶୁଣି ଜେସିଭି ଲଗାଇ ଗାଢକରି ବାଲିପକିଇ ଘାଇ ସୃଷ୍ଟି କରିବା ଦ୍ୱାରା ଆଜି ବନ୍ୟାଜଳ ତାଙ୍କ ଗ୍ରାମକୁ ମାଡିଆସିଛି । ଏଠି ଆଜ୍ଞା ପ୍ରଶ୍ନ ଉଠୁଛି କିଏ ସେ କଣ୍ଟ୍ରାକ୍ଟର କାହିଁକି ନଦୀବନ୍ଧରେ ଜାଣିଶୁଣି ଗାଢକଲା । ଜିଲ୍ଲା ପ୍ରଶାସନ ତରଫରୁ ତାହାର ବିଧିବଦ୍ଧ ତଦନ୍ତ ମଧ୍ୟ ଗ୍ରାମବାସୀ ମାନେ ଦବିକରିଥିବା ଜଣାପଡିବା ସଂଗେ ସଂଗେ ଦୋଷୀପ୍ରତି ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି । ଏହା ସହିତ କେନ୍ଦ୍ରାପଡା ବ୍ଲକର ମଧ୍ୟ ୮ଟି ପଞ୍ଚାୟତ ଓ ପଟାମୁଣ୍ଡାଇର ବ୍ଲକର ପ୍ରାୟ ୧୨ଟି ପଞ୍ଚାୟତ,ରାଜନଗର ଏବଂ ଆଳିର ବ୍ଲକର କିଛି କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ଥିବା ଦେଖିବାକୁ ମିଳିଛି । ପ୍ରାୟ ତିନିଦିନ ହେଲା ବନ୍ୟା ଜଳରେ ଶତାଧିକ ପରିବାର ଲୋକମାନେ ଭୋକ ଉପାସରେ ଜଳବନ୍ଦୀ ଭାବେ ରହିଥିବା ବେଳେ ମାତ୍ର ଆଜି ଜିଲ୍ଲା ପ୍ରଶାସନ ତରଫରୁ କିଛି ଅଞ୍ଚଳରେ ରନ୍ଧା ଖାଦ୍ୟ ସହିତ ବିସ୍କୁଟ୍ ଓ ଜରୀପାଲ ଅଗ୍ନୀସମ ବାହିନୀ ମାନଙ୍କ ଦ୍ୱାରା ବଣ୍ଟା ଯାଇଥିଲା । ଆହୁରି ମଧ୍ୟ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣି କହିଛନ୍ତି ଯେ-ଏପର୍ଯନ୍ତ କୌଣସି ରାଜନେତା ବେଣୀପୁର ବନ୍ୟାପ୍ଲାବିତ ବା ଜଳବନ୍ଦୀ ଭାବେ ଜୀବନ ସହିତ ପ୍ରତିଟି ମୁହୂର୍ତ୍ତରେ ସଂଗ୍ରାମ କରୁଥିବା ଲୋକମାନଙ୍କ ପାଖରୁ ଆସି ନାହାଁନ୍ତି କି କୌଣସି ସାହାଯ୍ୟର ହାତ ମଧ୍ୟ ବଢାଇ ନାହାଁନ୍ତି । ଏପରିକି ଘାଇସୃଷ୍ଟି ହୋଇଥିବା ବେଣୀପୁରଠାରେ କିଛି ରାଜନେତାଙ୍କ ଦଲାଲ ବା ପ୍ରତିନିଧି ସେଠାରେ ରହି ସବୁ ବୁଝାସୁଝା କରିବା ସହିତ ଏପରି ଦୂର୍ଦିନରେ ଲୋକମାନଙ୍କ ପାଖକୁ ଆସୁଥିବା ସାମଗ୍ରୀ ଗୁଡିକୁ ମଧ୍ୟ ଅଳ୍ପକିଛି ବାଣ୍ଟି ସବୁ ହରିଲୁଟ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଜରୀପାଲଠୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ବହୁତ୍ ଲୋକ ନିଜକୁ ବିଧାୟକଙ୍କ ପ୍ରତିନିଧି କହି ହରିଲୁଟ୍ କରୁଥିବା ଦେଖିବାକୁ ମିଳିଥିଲା । ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରିବାକୁ ଜଳବନ୍ଦୀ ଲୋକମାନଙ୍କ ପାଖକୁ ଯିବାପାଇଁ କହିବାରୁ କିଛି ସ୍ଥାନୀୟ ଦଲାଲ ମଧ୍ୟ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭୁଟ୍ ଭୁଟିରେ ଅଗ୍ନିସମ ବାହିନୀ ସହିତ ଯିବାକୁ ବାଧାଦେଇଥିବା କ୍ଷୋମର ସହିତ କିଛି ଗଣମାଧ୍ୟମ ପ୍ରତିନିଧି ମତବ୍ୟକ୍ତ କରାଯାଉଛି । ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ଜିଲ୍ଲା ପ୍ରଶାସନ ନିଜେ ନିଜ ସରକାରୀ କର୍ମଚାରୀ ମାନଙ୍କୁ ଲୋକଙ୍କ ଏପରି ଦୂର୍ଦ୍ଧିନରେ ବନ୍ୟା ପ୍ଲାବିତ ଅଞ୍ଚଳ ମାନଙ୍କରେ ସମସ୍ତ ଜିନିଷ ବା ସାମଗ୍ରୀର ଦାଇତ୍ଵ ନଦେଇ କାହିଁକି ଦଲାଲ ମାନଙ୍କୁ ଏବଂ ନେତାମନ୍ତ୍ରୀଙ୍କ ଚମଚା ବା ଦଲାଲଙ୍କ ହାତରେ କେମିତି କିପରି ଏଭଳି ଗୁରୁଦାୟିତ୍ବ ପ୍ରଦାନ କରୁଛନ୍ତି ଏବଂ କୋଉ ନେତା ମନ୍ତ୍ରୀମାନଙ୍କର ଚାମଚ ସାଜିଥିବା ଦଲାଲ ମାନଙ୍କ ଉପରେ ନଜର ବା ଦୃଷ୍ଟି ଦେବା ସହିତ କେବଳ ସରକାରୀ କର୍ମଚାରୀ ଓ ଅଫିସର ମାନଙ୍କୁ ବିଶେଷ କରି ଖାଦ୍ୟ ସାମଗ୍ରୀ ନେଇଯାଉଥିବା ଡଂଗୀ ଭୁଟଭୁଟି ଓ ଲଞ୍ଚର ଦାଇତ୍ଵ ପ୍ରଦାନ ନିମନ୍ତେ ଦାବିକରାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ନପାଲଟି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଲେ ହୁଏତ ଲୋକମାନଙ୍କ ପାଖରେ ଠିକ୍ ଭାବେ ଖାଦ୍ୟ ସାମଗ୍ରୀ ପହଞ୍ଚିପାରିବ । ବହୁ ବନ୍ୟା ପ୍ଲାବିତ ତଳିଆ ଅଞ୍ଚଳରେ ପ୍ରଶାସନ ହେଉକି ଓଡ୍ରାଫ୍,ଏନ ଡି ଆର ଏ ଏବଂ ଅଗ୍ନିସମ ବାହିନୀ ବା ଟିମ୍ ଆଜି ସକାଳୁ ସକାଳୁ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଭୁଟୁଭୁଟି,ଲଞ୍ଚ ବା ଡଂଗା ସାହାଯ୍ୟରେ ପାଣି ଘର ମଧ୍ୟରେ ଫସିରହିଥିବା କିଛି ଲୋକମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ମଣିଷ ସମେତ ଗାଇ, ଗୋରୁ ଛେଳିମେଣ୍ଢା ଛାଡିଥିବା ଜଣାପଡିଛି । ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ ମାନେ ଏପର୍ଯ୍ୟନ୍ତ ଜଳବନ୍ଦୀ ଲୋକଙ୍କ ପାଖରେ କେହି ପହଞ୍ଚି  ନଥିବା ଲୋକମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଯଦି ଏପରି ଦୁର୍ଦ୍ଦିନ ଓ ବିପତ୍ତି ସମୟରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିବ ତେବେ ନିଶ୍ଚିନ୍ତ ରୂପେ ଆଗକୁ ବିଚରା ଗରିବ ଖଟିଖିଆ ଓ ଦିନମଜୁରୀଆ ମଣିଷ ଓ ପଷୁପକ୍ଷୀମାନେ ପାଣିଘେର ମଧ୍ୟରେ ଜଳବନ୍ଦୀ ଭାବେ ରହି ଖାଦ୍ୟ,ପାନୀୟ ନପାଇ ଅନାହାରରେ ମୃର୍ତ୍ୟୁ ବରଣ କରିବା ପରିସ୍ଥିତି ଆଗକୁ ନିଶ୍ଚିତ ରୂପେ ଦେଖାଦେବ ଏଥିରେ ତିଳେହେଲେ ମାତ୍ର ସଂନ୍ଦେହ ନାହିଁ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଜଳବନ୍ଦୀ ଲୋକମାନଙ୍କ ପାଖରେ ପହଞ୍ଚି ରିଲିଫ୍ ସାମଗ୍ରୀ ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା ସଂଗଠନ ଏବଂ ବୁଦ୍ଧିଜିବୀ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here