ତିନି ଦିନଧରି ଲଗାଣ ବର୍ଷାରେ କେନ୍ଦ୍ରାପଡା ସହର ର ଅବସ୍ଥା ସୋଚନୀୟ ।

କେନ୍ଦ୍ରାପଡା: ତିନିଦିନ ଧରି ଅଦିନିଆ ଲଘୁଚାପ୍ ବର୍ଷାରେ କେନ୍ଦ୍ରାପଡା ସହର ଅବସ୍ଥାକୁ ପୁରାପୁରି ବେହାଲ୍ କରିପକାଇଥିବା ଦେଖିବାକୁ ମିଳିଛି । ଯୁଆଡେ ଦେଖିଲେ ଖାଲି ପାଣିହିଁ ପାଣି ଆଉ ଜଳମୟ । ରାସ୍ତାଘାଟ ନଦୀ,ନାଳ ସାଂଗକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବହୁ ମାତ୍ରାରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଶେଷକରି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଇମାମପଡାର ୧୪ ନମ୍ବର ୱାର୍ଡ ସାଂଗକୁ ନସିଡିପୁରର ୬ ନମ୍ବର ୱାର୍ଡର ଅବସ୍ଥା ନକହିବା ବରଂଗ୍ ଭଲ । ଲଘୁଚାପ୍ ବର୍ଷା ପ୍ରଭାବରେ ଏହି ଉପରୋକ୍ତ ଦୁଇ ୱାର୍ଡ଼ର ଦଳିତ ଏବଂ ସଂଖ୍ୟାଲଘୁ ସଂମ୍ରଦାୟର ଲୋକମାନଙ୍କ ଘରଭିତରେ ପ୍ରାୟ ଆଣ୍ଠୁଏ ଲେଖା ପାଣି ପଶି ବିଚରା ଗରିବ ଅସହାୟ ଲୋକଙ୍କ ଅବସ୍ଥା ପୁରା ବେହାଲ୍ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାର ରାତିରେ ଘରଭିତରେ ସାପ, ବେଂଗ ଏବଂ ଅନ୍ୟାନ୍ୟ ଯନ୍ତୁଯୁନ୍ତାଙ୍କ ଭୟର ବାତାବରଣ ମଧ୍ୟରେ ଆଶା ଓ ଆଶଙ୍କା ମଧ୍ୟରେ ଦେଇ ରହୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ନା ପହଁଚି ପାରିଛି ଜିଲ୍ଲା ପ୍ରଶାସନ ନା କିଛି ସରକାରୀ ସାହାଯ୍ୟ ସୁବିଧା । ଏପରିକି ବର୍ଷାପାଣିରେ ଅଧିକାଂଶ ଲୋକଙ୍କ କାନ୍ଥ ଭୂଷୁଡି ପଡିବା ପରେ ମଧ୍ୟ ପ୍ରଶାସନ ତରଫରୁ ଜରୀ ପାଲଖଣ୍ଡେ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ଦଇବ ସାଜିଲା ଦାଉ ଭଳି ବୋଝ ଉପରେ ଲଳୀତା ବିଡା ସଦୃଶ୍ୟ ଲୋକଙ୍କ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟେ ପଟେ କରୋନା ମହାମାରୀ ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ଏପଟେ ବର୍ଷା ଜଳ ଏପରି ପରିସ୍ଥିତି ଉପୁଜାଇଥିବା ଦେଖିବାକୁ ମିଳିଛି । କିଛି ଲୋକ ନିକଟସ୍ଥ ବଳଦେବ ହାଇସ୍କୁଲ ପରିସରରେ ରହୁଥିବା ବେଳେ ଆଉକିଛି ଲୋକ ଖୋଲା ଆକାଶ ତଳେ ଛୋଟ ଛୋଟ ଓ କୁନି କୁନି ପିଲାଛୁଆଙ୍କୁ ଧରି ଘମାଘୋଟ୍ ଅନ୍ଧାର ରାତିର କାଳିମାରେ ଭୋକ ଉପାସରେ କର୍ମକୁ ଆଦରି ପଡି ରହିଥିବା ଦେଖିବାକୁ ମିଳିଛି । ଏଥି ମଧ୍ୟରେ ଦୀର୍ଘ ତିନିଦିନ ବିତି ଯାଇଥିଲେ ମଧ୍ୟ ଘରପାଖର ଲୋକ ବସ୍ ଫେଲ୍ ହେଲାଭଳି ଦେଖିବାକୁ ମିଳିଥିଲା । ଏହି ଗରିବ ଅସହାୟ ଦାରିଦ୍ର ସୀମାରେଖା ତଳେ ରହି ଜୀବନ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଅସହାୟ ଲୋକଙ୍କ ପାଇଁ ଯେମିତି ଜୀବନ ଆଉ ଜୀବିକା ଅତ୍ୟନ୍ତ ଦୃର୍ବିସାହ ପାଲଟି ଯାଇଛି । ସବୁଆଡେ ଖାଲି ହାହାକାର ଆଉ କୋଳାହଳ । ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ । ଭୋକିଲା ପେଟରେ ଓଦାକନା ଦେଇ ମାଟି ତାର ଛୁଆକୁ ବୁଝାଇ ଦେଉଛି ବାପରେ ରହଟିକେ ଖାଇବା ବାପା ଆଣିବାକୁ ଯାଇଛନ୍ତି ଆଉ ମନକୁ ବୁଝାଇ ବିଚରା ପିଲାମାନେ ଉପାସରେ ମା କୋଳରେ ମୁଣ୍ଡ ଦେଇ ଶୋଇପଡୁଥିବା ଦୃର୍ଶ୍ୟ ମଧ୍ୟ ଆମେ ଦେଖିବାକୁ ପାଇଥିଲୁ ସେହି ଦଳିତ ଜେନା ସାହିରେ । ସତେ ଯେମିତି ଗରିବ ହୋଇ ଜନ୍ମ ହବାଟା ଭଗବାନଙ୍କ ଏକ ଅଭିସାପ୍ ଆଉ ଠାକୁରଙ୍କ ଏକ ବିଚିତ୍ର ନୀଳା । ଗରିବ ଦଳିତ ଶ୍ରେଣୀର ସେହି ଝୁମ୍ମୁଡି କୁଡିଆ ଘରେ ପ୍ରତିଟି ମୁହୂର୍ତ୍ତରେ ଯନ୍ତ୍ରଣା ସହିତ ଯୁଡୁବୁଡୁ ଅବସ୍ଥାରେ ରହୁଥିବା ଜନ୍ମରୁ ଶାରୀରିକ ବିକଳାଙ୍ଗ ବୃଦ୍ଧା ଜଣଙ୍କ । ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଦଢ କିଲୋମିଟର ଦୂରରେ ଏହି ନସିଡିପୁର ଗ୍ରାମର ୬ ନମ୍ବର ୱାର୍ଡର ଅବସ୍ଥା ଯଦି ଏପରି ତେବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକର ଲୋକଙ୍କ ଅବସ୍ଥା କେମିତି ଥିବ ନିଶ୍ଚିନ୍ତ ରୂପେ ଆପଣମାନେ ଅନୁମାନ କରି ପାରୁଥିବେ । ହେଡ୍ କ୍ୱାଟରର ଅବସ୍ଥା ଯଦି ଏପରି ହୁଏ ତେବେ ଗୁହାରି କରିବେ କୋଉଠି ଆଉ କୋଉ ବାବୁଙ୍କ ପାଖରେ । ଏଠାରେ ଦେଖାଯାଉଛି ସତରେ ସରକାରୀ ବାବୁମାନେ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ସତେ ଯେମିତି ବାବୁଭୂୟାଁ ମାନଙ୍କର ନିଦ ଆଉ ଭାଂଗିବନି କି ନିରିହ ଜନତାଙ୍କ ଭୋକିଲା ପେଟ ଆଉ ପୁରିବନି । କଣ ସରକାରଙ୍କ 5ଟି ଯୋଜନା ଫସର ଫାଟି ଗଲାକି ? କୋଉଠି ଶୋଇଛନ୍ତି ସ୍ଥାନୀୟ ନେତା ଆଉ ମନ୍ତ୍ରୀ । କୁଆଡେ ଗଲା କେନ୍ଦ୍ରାପଡାର ସେହି ୧୫୦ ବର୍ଷର ସର୍ବ ପୁରାତନ ପୌରସଂସ୍ଥାର ମାନ୍ୟତା ପାଇବା ଏବଂ ଦେଢଶହ ବର୍ଷର ପୁର୍ତ୍ତି ଉତ୍ସବକୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ପାଳନ କରୁଥିବା ସେହି ପୌର ସଂସ୍ଥା । ହେଲେ ନସିଡିପୁର ଜେନା ସାହିକୁ ସବୁ ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାରୀ ବାବୁମାନେ ଆସନ୍ତି । ଆଉ ଯାନ୍ତି ହେଲେ ମଧ୍ୟ ହେଲେ ଏପର୍ଯନ୍ତ ଠିକ୍ ରେ ବିଦ୍ୟୁତ୍ ଆଲୁଅ ତ ଜଳିବା ଦୂରର କଥା ଦୀପତଳ ଅନ୍ଧାର ଭଳି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନଡାଛପର କି ଜମିପଟା ହେଉ ଅବା କଂକ୍ରିଟ୍ ଛାତ ଟିକକ ହେଉ କିଛି ମଧ୍ୟ ନାହିଁ । ଖାଲି ସବୁକିଛି ହଁ ଆଉ ନାହିଁରେ ଚାଲିଛି । ଆଉ କାଗଜ କଲମରେ ଲେଖାଯାଇ ବିଡା ବନ୍ଧାଯାଇ ଅଫିସ୍ ଲକ୍ ରେ ତାଲାମାରି ରଖାଯାଉଛି ସିନା,ହେଲେ ଏଭଳି ଦୂର୍ଦିନରେ ଲୋକଙ୍କ ଦୁଃଖ ବୁଝିବ କିଏ ? ସରକାରୀ ପ୍ରଶାସନିକ ଅଧିକାରୀ ନା ଧବ ଧଉଳିଆ ବାବୁମାନେ । ଦେଖାଯାଉ କେବେ ସରକାରୀ ବାବୁ ମାନଙ୍କର ନୀଦ ଭାଂଗୁଛି ଆଉ ପାଣି ଘରରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ଦୁର୍ଦ୍ଦଶା କଥା ସରକାର କର୍ଣ୍ଣପାତ୍ କରୁଛନ୍ତି । ଖାଲିଯାହା ବାକି ରହିଲା ଦେଖିବାକୁ । —–କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।କେନ୍ଦ୍ରାପଡା: ତିନିଦିନ ଧରି ଅଦିନିଆ ଲଘୁଚାପ୍ ବର୍ଷାରେ କେନ୍ଦ୍ରାପଡା ସହର ଅବସ୍ଥାକୁ ପୁରାପୁରି ବେହାଲ୍ କରିପକାଇଥିବା ଦେଖିବାକୁ ମିଳିଛି । ଯୁଆଡେ ଦେଖିଲେ ଖାଲି ପାଣିହିଁ ପାଣି ଆଉ ଜଳମୟ । ରାସ୍ତାଘାଟ ନଦୀ,ନାଳ ସାଂଗକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବହୁ ମାତ୍ରାରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଶେଷକରି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଇମାମପଡାର ୧୪ ନମ୍ବର ୱାର୍ଡ ସାଂଗକୁ ନସିଡିପୁରର ୬ ନମ୍ବର ୱାର୍ଡର ଅବସ୍ଥା ନକହିବା ବରଂଗ୍ ଭଲ । ଲଘୁଚାପ୍ ବର୍ଷା ପ୍ରଭାବରେ ଏହି ଉପରୋକ୍ତ ଦୁଇ ୱାର୍ଡ଼ର ଦଳିତ ଏବଂ ସଂଖ୍ୟାଲଘୁ ସଂମ୍ରଦାୟର ଲୋକମାନଙ୍କ ଘରଭିତରେ ପ୍ରାୟ ଆଣ୍ଠୁଏ ଲେଖା ପାଣି ପଶି ବିଚରା ଗରିବ ଅସହାୟ ଲୋକଙ୍କ ଅବସ୍ଥା ପୁରା ବେହାଲ୍ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାର ରାତିରେ ଘରଭିତରେ ସାପ, ବେଂଗ ଏବଂ ଅନ୍ୟାନ୍ୟ ଯନ୍ତୁଯୁନ୍ତାଙ୍କ ଭୟର ବାତାବରଣ ମଧ୍ୟରେ ଆଶା ଓ ଆଶଙ୍କା ମଧ୍ୟରେ ଦେଇ ରହୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ନା ପହଁଚି ପାରିଛି ଜିଲ୍ଲା ପ୍ରଶାସନ ନା କିଛି ସରକାରୀ ସାହାଯ୍ୟ ସୁବିଧା । ଏପରିକି ବର୍ଷାପାଣିରେ ଅଧିକାଂଶ ଲୋକଙ୍କ କାନ୍ଥ ଭୂଷୁଡି ପଡିବା ପରେ ମଧ୍ୟ ପ୍ରଶାସନ ତରଫରୁ ଜରୀ ପାଲଖଣ୍ଡେ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ଦଇବ ସାଜିଲା ଦାଉ ଭଳି ବୋଝ ଉପରେ ଲଳୀତା ବିଡା ସଦୃଶ୍ୟ ଲୋକଙ୍କ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟେ ପଟେ କରୋନା ମହାମାରୀ ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ଏପଟେ ବର୍ଷା ଜଳ ଏପରି ପରିସ୍ଥିତି ଉପୁଜାଇଥିବା ଦେଖିବାକୁ ମିଳିଛି । କିଛି ଲୋକ ନିକଟସ୍ଥ ବଳଦେବ ହାଇସ୍କୁଲ ପରିସରରେ ରହୁଥିବା ବେଳେ ଆଉକିଛି ଲୋକ ଖୋଲା ଆକାଶ ତଳେ ଛୋଟ ଛୋଟ ଓ କୁନି କୁନି ପିଲାଛୁଆଙ୍କୁ ଧରି ଘମାଘୋଟ୍ ଅନ୍ଧାର ରାତିର କାଳିମାରେ ଭୋକ ଉପାସରେ କର୍ମକୁ ଆଦରି ପଡି ରହିଥିବା ଦେଖିବାକୁ ମିଳିଛି । ଏଥି ମଧ୍ୟରେ ଦୀର୍ଘ ତିନିଦିନ ବିତି ଯାଇଥିଲେ ମଧ୍ୟ ଘରପାଖର ଲୋକ ବସ୍ ଫେଲ୍ ହେଲାଭଳି ଦେଖିବାକୁ ମିଳିଥିଲା । ଏହି ଗରିବ ଅସହାୟ ଦାରିଦ୍ର ସୀମାରେଖା ତଳେ ରହି ଜୀବନ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଅସହାୟ ଲୋକଙ୍କ ପାଇଁ ଯେମିତି ଜୀବନ ଆଉ ଜୀବିକା ଅତ୍ୟନ୍ତ ଦୃର୍ବିସାହ ପାଲଟି ଯାଇଛି । ସବୁଆଡେ ଖାଲି ହାହାକାର ଆଉ କୋଳାହଳ । ଖାଇବାକୁ ନାହିଁ କି ପିନ୍ଧିବାକୁ ନାହିଁ । ଭୋକିଲା ପେଟରେ ଓଦାକନା ଦେଇ ମାଟି ତାର ଛୁଆକୁ ବୁଝାଇ ଦେଉଛି ବାପରେ ରହଟିକେ ଖାଇବା ବାପା ଆଣିବାକୁ ଯାଇଛନ୍ତି ଆଉ ମନକୁ ବୁଝାଇ ବିଚରା ପିଲାମାନେ ଉପାସରେ ମା କୋଳରେ ମୁଣ୍ଡ ଦେଇ ଶୋଇପଡୁଥିବା ଦୃର୍ଶ୍ୟ ମଧ୍ୟ ଆମେ ଦେଖିବାକୁ ପାଇଥିଲୁ ସେହି ଦଳିତ ଜେନା ସାହିରେ । ସତେ ଯେମିତି ଗରିବ ହୋଇ ଜନ୍ମ ହବାଟା ଭଗବାନଙ୍କ ଏକ ଅଭିସାପ୍ ଆଉ ଠାକୁରଙ୍କ ଏକ ବିଚିତ୍ର ନୀଳା । ଗରିବ ଦଳିତ ଶ୍ରେଣୀର ସେହି ଝୁମ୍ମୁଡି କୁଡିଆ ଘରେ ପ୍ରତିଟି ମୁହୂର୍ତ୍ତରେ ଯନ୍ତ୍ରଣା ସହିତ ଯୁଡୁବୁଡୁ ଅବସ୍ଥାରେ ରହୁଥିବା ଜନ୍ମରୁ ଶାରୀରିକ ବିକଳାଙ୍ଗ ବୃଦ୍ଧା ଜଣଙ୍କ । ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଦଢ କିଲୋମିଟର ଦୂରରେ ଏହି ନସିଡିପୁର ଗ୍ରାମର ୬ ନମ୍ବର ୱାର୍ଡର ଅବସ୍ଥା ଯଦି ଏପରି ତେବେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକର ଲୋକଙ୍କ ଅବସ୍ଥା କେମିତି ଥିବ ନିଶ୍ଚିନ୍ତ ରୂପେ ଆପଣମାନେ ଅନୁମାନ କରି ପାରୁଥିବେ । ହେଡ୍ କ୍ୱାଟରର ଅବସ୍ଥା ଯଦି ଏପରି ହୁଏ ତେବେ ଗୁହାରି କରିବେ କୋଉଠି ଆଉ କୋଉ ବାବୁଙ୍କ ପାଖରେ । ଏଠାରେ ଦେଖାଯାଉଛି ସତରେ ସରକାରୀ ବାବୁମାନେ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ସତେ ଯେମିତି ବାବୁଭୂୟାଁ ମାନଙ୍କର ନିଦ ଆଉ ଭାଂଗିବନି କି ନିରିହ ଜନତାଙ୍କ ଭୋକିଲା ପେଟ ଆଉ ପୁରିବନି । କଣ ସରକାରଙ୍କ 5ଟି ଯୋଜନା ଫସର ଫାଟି ଗଲାକି ? କୋଉଠି ଶୋଇଛନ୍ତି ସ୍ଥାନୀୟ ନେତା ଆଉ ମନ୍ତ୍ରୀ । କୁଆଡେ ଗଲା କେନ୍ଦ୍ରାପଡାର ସେହି ୧୫୦ ବର୍ଷର ସର୍ବ ପୁରାତନ ପୌରସଂସ୍ଥାର ମାନ୍ୟତା ପାଇବା ଏବଂ ଦେଢଶହ ବର୍ଷର ପୁର୍ତ୍ତି ଉତ୍ସବକୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ପାଳନ କରୁଥିବା ସେହି ପୌର ସଂସ୍ଥା । ହେଲେ ନସିଡିପୁର ଜେନା ସାହିକୁ ସବୁ ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାରୀ ବାବୁମାନେ ଆସନ୍ତି । ଆଉ ଯାନ୍ତି ହେଲେ ମଧ୍ୟ ହେଲେ ଏପର୍ଯନ୍ତ ଠିକ୍ ରେ ବିଦ୍ୟୁତ୍ ଆଲୁଅ ତ ଜଳିବା ଦୂରର କଥା ଦୀପତଳ ଅନ୍ଧାର ଭଳି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନଡାଛପର କି ଜମିପଟା ହେଉ ଅବା କଂକ୍ରିଟ୍ ଛାତ ଟିକକ ହେଉ କିଛି ମଧ୍ୟ ନାହିଁ । ଖାଲି ସବୁକିଛି ହଁ ଆଉ ନାହିଁରେ ଚାଲିଛି । ଆଉ କାଗଜ କଲମରେ ଲେଖାଯାଇ ବିଡା ବନ୍ଧାଯାଇ ଅଫିସ୍ ଲକ୍ ରେ ତାଲାମାରି ରଖାଯାଉଛି ସିନା,ହେଲେ ଏଭଳି ଦୂର୍ଦିନରେ ଲୋକଙ୍କ ଦୁଃଖ ବୁଝିବ କିଏ ? ସରକାରୀ ପ୍ରଶାସନିକ ଅଧିକାରୀ ନା ଧବ ଧଉଳିଆ ବାବୁମାନେ । ଦେଖାଯାଉ କେବେ ସରକାରୀ ବାବୁ ମାନଙ୍କର ନୀଦ ଭାଂଗୁଛି ଆଉ ପାଣି ଘରରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ଦୁର୍ଦ୍ଦଶା କଥା ସରକାର କର୍ଣ୍ଣପାତ୍ କରୁଛନ୍ତି । ଖାଲିଯାହା ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here