ଜଗତସିଂହପୁର ଜିଲ୍ଲା କନକପୁର ପଞ୍ଚାୟତ ର ଦୁଇ ଗ୍ରାମକୁ ସଟଡାଉନ ଘୋଷଣା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକ ପୁର ଗ୍ରାମ ପଞ୍ଚାୟତ ର ଦୁଇ ଟି ଗ୍ରାମକୁ ସଟଡାଉନ ଘୋଷଣା କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରାଧିନ ରହିଛି ।ବିଶେଷ କରି ତିର୍ତ୍ତୋଲ ବ୍ଲକରେ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଉକ୍ତ ବ୍ଲକର କନକ ପୁର ପଞ୍ଚାୟତ ର କଣ୍ଟାପଡା ଓ ତରାପୁର ଗ୍ରାମରେ ୮ ଜଣଙ୍କର ପଜେଟିଭି ବହାରିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।ତେବେ ଗୋଷ୍ଠୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ର ସହମତି କ୍ରମେ ସରପଞ୍ଚ ନମିତା ରାଉଳ ଆଜି ସକାଳ 7 ଟାରୁ 72 ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ।ଲୋକମାନେ ଯେପରି ଏକାଠି ନ ବସିବେ ,ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ସରପଞ୍ଚ ଶ୍ରୀମତି ରାଉଳ ନିର୍ଦେଶ ଦେଇଛନ୍ତି ।ଉକ୍ତ ନିର୍ଦେଶ କୁ ପଞ୍ଚାୟତ ର ବିଚିତ୍ରା ନନ୍ଦ ମଲ୍ଲ ସ୍ୱାଗତ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here