କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଧୂମାନ୍ତ ସରପଞ୍ଚଙ୍କ ବିରୋଧରେ ଏକ ଦଳିତ ପରିବାର ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇନ୍ଦୁପୁର ଧୂମାନ୍ତ ଗ୍ରାମର ଏକ ଖଟିଖିଆ ଦିନ ମଜୁରିଆ ଦଳିତ ପରିବାରକୁ ସ୍ଥାନୀୟ ସରପଞ୍ଚ ନରହରୀ ପାଣୀ ଏକ ମିଥ୍ୟା ମୁର୍ତ୍ତୀ ଚୋରୀ କେସରେ ଫସାଇବା ଏବଂ କଂଗାରୁ କୋର୍ଟରେ ଉକ୍ତ ଯୁବକଙ୍କୁ ଦୋଷୀବୋଲି ପ୍ରମାଣୀତ କରିବାକୁ ଚେଷ୍ଟାକରି ୫ ହଜାର ଟଙ୍କା ଯୋର ଯବର ଦସ୍ତ ଆଦୟ କରିବା ଏବଂ ସର୍ବ ସମ୍ମୁଖରେ ଜଣେ ନିରିହ ଦଳିତ ଶ୍ରେଣୀର ଯୁବକୁ ମାଡ ମାରି କଟୁକଥା କହି ତାଙ୍କ ଜାତିକୁ ଆକ୍ଷେପ କରି ଚୋରବୋଲି ସାବ୍ୟସ୍ତ କରି ଅସମ୍ମାନୀତ କରିବା ଓ ପରେ ଚୋରୀ ଯାଇଥିବା ମୁର୍ତ୍ତୀ ଅନ୍ୟ ଏକ ସ୍ଥାନରୁ ଆଉଜଣକ ଘରୁ ବାହାରିବା ଏବଂ ଏହିପରି ଦଳିତ ପରିବାର ଉପରେ କରାଯାଉଥିବା ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରିବା ଏବଂ ଏବିଷୟରେ ଜଣାଇଁବା ପରେ ନୀକିରାଇ ପୋଲିସ ଉକ୍ତ ଅଭିଯୁକ୍ତ ସରପଞ୍ଚଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଦି ବହୁ ଅଭିଯୋଗ ନେଇ ନ୍ୟାୟ ଟିକକ ପାଇବା ନିମନ୍ତେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସିଧା ସଳଖ ପଚାରି ବୁଝିବା କଣ ମନ୍ତବ୍ୟ ରଖୁଛନ୍ତି ଜିଲ୍ଲା ଦଳିତ ସଭାପତି ନଗେନ କୁମାର ଜେନା ଏବଂ ବିଜେପି ନାରୀ ନେତ୍ରୀ କାନନବାଳା ଦାସ୍ ।

ଜିଲ୍ଲା ଦଳିତ ସଭାପତି ନଗେନ କୁମାର ଜେନା
ବିଜେପି ନାରୀ ନେତ୍ରୀ କାନନବାଳା ଦାସ୍

କେନ୍ଦ୍ରାପଡାରୁ ଆମ ଜିଲ୍ଲାର ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ଦିଲ୍ଲିପ୍ କୁମାର ଦାସଙ୍କ ରିପୋର୍ଟ ଓଡିଶା-1 ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here