ସର୍ଵ ସମ୍ମତି ଓ ଶାନ୍ତିପୂର୍ଣ୍ଣ ଭାବେ ସରିଲା ତିନିଗୋଟି ରାଜସ୍ୱ ଗ୍ରାମର ଜନଶୁଣାଣୀ ।

ଯାଜପୁର : ଜନସାଧାରଣ ଙ୍କ ସହମତି କ୍ରମେ ଆଜି ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନ ପଲେଇ ଗ୍ରାମ ପଞ୍ଚାୟତ ପରିସର ରେ କୋଭିଡ ନିୟମକୁ ପ୍ରାଧାନ୍ୟ ଦେଇ ହେଉଥିବା ଜନ ଶୁଣାଣି ଶେଷ ହୋଇଯାଇଛି । ଓଡ଼ିଶା ଖଣି ନିଗମ ଦ୍ୱାରା  ମହାପ୍ରଭୁ ଜଗନ୍ନାଥ ଧାମକୁ ଯିବାକୁ ଥିବା ଖଣ୍ଡେ ଲାଇଟ ପଥର ନିମନ୍ତେ ଯାଜପୁର ପଦୂଷଣ ବୋର୍ଡ ଏହି ଜନଶୁଣାଣୀ ତିନିଗୋଟି ବନ୍ଦରେଶ୍ୱର, କେଶରାଇ ପୁର ,ଓ ପଲେଇ ରାଜସ୍ୱ ଗ୍ରାମକୁ ନେଇ  କରାଯାଇଥିଲା ।ଉକ୍ତ ଅଞ୍ଚଳର  ଶତାଧିକ ଜନସାଧାରଣ ଯୋଗ ଦେଇଥିବା ବେଳେ କିଛି ମୁରବୀ ନିଜ ଅଞ୍ଚଳ ହେଉଥିବା ସାଧାରଣ ସମସ୍ୟାକୁ ପ୍ରକାଶ କରି ସରକାର ଏହାକୁ ସୁଧାରିବାକୁ ଅନୁରୋଧ କରିଥିଲେ ।ଆହୁରୀ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଧାମରେ ଆମ ଅଞ୍ଚଳର ପଥର ଲାଗିବ ଏହା ଆମପାଇଁ ଗୌରବ ର କଥା ବୋଲି  ଅଞ୍ଚଳ ବାସିମତ ଦେଇଥିଲେ ।ଏହି ଜନଶୁଣାଣି ରେ ପଲେଇ ଗ୍ରାମ ସରପଂଚ, ବାସନ୍ତୀ ହେମ୍ବ୍ରମ, ସମତି ସଭ୍ୟ ସଞ୍ଜୁ ଦେହୁରୀ , ବନ୍ଦରେଶ୍ୱର ଗ୍ରାମର ଅଶୋକ କୁମାର ସାମଲ, ଚିତ୍ତରଞ୍ଜନ ମହାରଣା, ବ୍ରଜକିଶୋର ମହାରଣା,ମହେଶ ସାମଲ, ପ୍ରଫୁଲ୍ଲ ଦାସ, କେଶରାଇପୁର ଗ୍ରାମର ସୁନାକର ପରିଡା, ନିଲୁପ୍ରସାଦ ଶିଙ୍ଗ, ଅରୁଣ ବାରିକ, ଓ ପଲେଇ ଗ୍ରାମବିକ୍ରମ କେଶରୀ ପ୍ରଧାନ ,ଶରତ କୁମାର ଜେନା, ପ୍ରମୁଖ ଶତାଧିକ ଜନସାଧାରଣ ଏହି ଜନ ଶୁଣାଣି କୁ ମମ୍ମତି ପ୍ରଦାନ କରିବା ସହ ସ୍ୱାଗତ କରିଥିଲେ । ଯାଜପୁର ଏଡିଏମ  ଅକ୍ଷୟ କୁମାର ମଲ୍ଲିକ , ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ,ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉପ ଅଧିକାରୀ ,ସୁବ୍ରତ କୁମାର ବେହେରା, ଯାଜପୁର ପ୍ରଦୂଷଣ ବୋର୍ଡ ଆରଓ ,ପି କେ ବେହେରା , ଏମ ଏମ ସାହୁ ,ଓଏମସି  ,ଜିଏମ( ପି ଏଣ୍ଡା ଏ) ଅଶୋକ କୁମାର ବେହେରା, ଆର ଏମ ଗଙ୍ଗାଧର ନାୟକ , ଓଏଏସ, ସିଭିଓ ଦେବେନ୍ଦ୍ର କୁମାର ନନ୍ଦ ,ସର୍ଭେ ମ୍ୟାନେଜର ପ୍ରଶାନ୍ତ କୁମାର ପଟ୍ଟନାୟକ , ମାଇନସ ମ୍ୟାନେଜର  ଅଂଶୁମାଳୀ ସାହୁ   ବିଡ଼ିଓ ଅଜିତ ନାରାୟଣ ପ୍ରସାଦ ଗିରି  ଜନଶୁଣାଣୀ  ରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଶୁଣୁଥିବା ବେଳେ ,ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି ,ଓ ଜେନାପୁର ଥାନା ଅଧିକାରୀ  ଉମାକାନ୍ତ ନାୟକ,ଆଇନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଯଦି କାହାର କିଛି ସମସ୍ୟା ଅଛି,ଆମକୁ ଜଣାଇଲେ ଆମେ  ନିଜେ ଏହାର ସମାଧାନ କରିବୁ ଯଦି ନ ପାରୁ ତାହେଲେ ମଖ୍ୟମନ୍ତ୍ରୀଙ୍କ  ଦୃଷ୍ଟି ଗୋଚର ରେ ଆଣିବୁ ବୋଲି ଶେଷରେ ଏଡିଏମ ଅକ୍ଷୟ କୁମାର ମଲ୍ଲିକ ପ୍ରକାଶ କରିଥିଲେ ।ଶାନ୍ତି ଶୃଙ୍ଖଳାରେ ସାରିଥିବାରୁ  ସମସ୍ତ ଙ୍କୁ ଧନ୍ୟବାଦ ମଧ୍ୟ  ଦେଇଥିଲେ ।

Report: ତ୍ରିଲୋଚନ ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here