ମଧୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାପୀଠରେ ପିଟିଏ ବୈଠକ I

ଯାଜପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ସ୍ଥିତ ମଧୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବଳଙ୍କ ଅଧ୍ୟକ୍ଷତାରେ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନେ ଯୋଗଦେଇ ଶିକ୍ଷକ ମାନଙ୍କର ଶିକ୍ଷା ଦାନ ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।ଯାହା ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପାଇ ପାରିବେ ।ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୀପକ କୁମାର ଦାସ,ଉପ ସଭାନେତ୍ରୀ ମମତା ରାଉତ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ପରିଚାଳନା କମିଟିର ସଭ୍ୟ କାର୍ତ୍ତିକ ଜେନା, ଦେବୀତୋଷ ନାୟକ,କିଶୋର ସାହୁ,ଖଗେଶ୍ବର ସେଠୀ,କବିତା ଦଳେଇ,ହରିହର ଦଳେଇ,ରଞ୍ଜନ ସେଠୀ,ଶୁକଦେବ ସେଠୀ,ଶିବାଶିଷ ବେହେରାଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଯାଜପୁର ରୁ ତ୍ରିଲୋଚନ ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here