ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଉପ ସଭାନେତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା I

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡିଆ ସ୍ଥିତ ମଧୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଓ କଣ୍ଟିଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ନୂତନ ଭାବେ ନିର୍ବାଚିତ ସଭାପତି ଓ ସଭାନେତ୍ରୀଙ୍କୁ କଣ୍ଟିଗଡିଆ ପଞ୍ଚାୟତ ତରଫରୁ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଉତ୍ତମ କୁମାର ଦାସଙ୍କ ଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ମଧୁକେଶ୍ବର ସରକାରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବଳ,କଣ୍ଟିଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସାହୁ ,ସହକାରୀ ଶିକ୍ଷୟତ୍ରୀ ସେବତୀ ସ୍ବାଇଁ,ମନୋରମା ମହାପାତ୍ର,ଦୀପ୍ତିବାଳା ରାଉତ,ପୂର୍ବତନ ସଭାପତି ଅଶୋକ କୁମାର ଦାସ,ସମାଜସେବୀ ଅଜୟ ପ୍ରଧାନ,ପରିଚାଳନା କମିଟି ସଭ୍ୟ ଦେବୀତୋଷ ନାୟକ ପ୍ରମୁଖ ଯୋଗଦେଇ ନୂତନ ଭାବେ ନିର୍ବାଚିତ ମଧୁକେଶ୍ବର ସରକାରୀ ବିଦ୍ୟାପୀଠର ପରିଚାଳନା କମିଟି ସଭାପତି ଦୀପକ୍ କୁମାର ଦାସ,ଉପ ସଭାନେତ୍ରୀ ମମତା ରାଉତ, କଣ୍ଟିଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାପତି ମନୋରଞ୍ଜନ ଦାସ ଓ ସଭାନେତ୍ରୀ ପ୍ରମୋଦିନୀ ଦଳେଇଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here