ଆଜି ପବିତ୍ର ଅଁଳା ନବମୀ , ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା

୧୨/୧୧/୨୦୨୧ ପୁରୀ: ଆଜି ପବିତ୍ର ଅଁଳା ନବମୀ । ସରକାରଙ୍କ କୋଭିଡ୍ କଟକଣା ଯୋଗୁ ମନ୍ଦିରର ୨୦୦ ମିଟର ମଧ୍ୟରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି । କେବଳ ସଂଶ୍ଳିଷ୍ଟ ସେବାୟତଙ୍କ ପାଇଁ ରହିଛି ପ୍ରବେଶ ଅନୁମତି । ଭୋର ୪ଟାରୁ ରାତି ୧୧ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ସକାଳୁ ମଙ୍ଗଳଆଳତୀ, ମଇଲମ,ଅବକାଶ ନିତି ସମ୍ପର୍ଣ୍ଣ ହେବା ପରେ ମାଆ ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଆଜି ମନ୍ଦିର ସମ୍ପୂର୍ଣ୍ଣ ଖାଁଖାଁ । ଭକ୍ତଶୂନ୍ୟ ମନ୍ଦିର ପରିସର । ତେବେ ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ଦୁଇ ଦିନ ୧୪୪ଧାରା ଜାରୀ କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ନିର୍ଦ୍ଦେଶନାମା ଜାରୀ ହୋଇଛି । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ପାଳିତ ହେବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦିର ପରିସରରେ ଭିଡ ନହେବା ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟିକୁ ପରାମର୍ଶ ଦିଆଯାଇଛି । ୧୪୪ଧାରା ଜାରୀ ହୋଇଥିବା ସମୟରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ।

(ଜୟକୃଷ୍ଣ ଦାସ)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here