ଶିଦ୍ଧ ଭକ୍ତି ବିନୋଦ ଠାକୁରଙ୍କର ୧୮୩ମ ଆବିର୍ଭାବ ଉତ୍ସବ ଛୋଟିଠାରେ ପାଳନ।

ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଛୋଟି ଗ୍ରାମଠାରେ ଶ୍ରୀଦ୍ଧ ଭକ୍ତି ବିନୋଦଙ୍କର ୧୮୩ତମ ଆବିର୍ଭାବ ଉତ୍ସବ ସ୍ଥାନୀୟ ସରପଞ୍ଚ ତଥା କାର୍ଯ୍ୟକ୍ରମର ସଭାପତି କୁମର ଚନ୍ଦ୍ର ବଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁନ୍ଦାୟନ ମହାରାଜ ଯୋଗଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ପ୍ରଦ୍ୟୋଷ ପ୍ରଭୁଙ୍କ ସମେତ ମଧୁସୁଦନ ମହାରାଜ, ସଚ୍ଚିଦାନନ୍ଦ ମହାରାଜ,ଜାନକୀ ପ୍ରଭୁ, ଯଶୋଦା ନନ୍ଦନ ମହାରାଜ ଏବଂ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଅନାଥବନ୍ଧୁ ମହାନ୍ତି, ଅଧ୍ୟାପକ ରବିନ୍ଦ୍ର ପରିଡା ଶିକ୍ଷକ ଦାମଦୋର ମହାନ୍ତି ଏବଂ ଅଧ୍ୟାପକ ସୂର୍ଯ୍ୟମଣି ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଯୋଗଦେଇ ଧାର୍ମିକ ଚେତନା ମାନବ ସମାଜକୁ ନେଇ ବିଭିନ୍ନ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଂକର ପରିଡା, ଅଶୋକ କୁମାର ରାଉତ ଏବଂ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ରହି ଭକ୍ତି ବିନୋଦ ଠାକୁରଙ୍କର ଜନ୍ମ ବାର୍ଷିକୀକୁ ସରକାରଙ୍କର ସମସ୍ତ କୋଭିଡ୍ -19ର ନୀୟମାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here