ଓଡ୍ରାଫ୍ ବୋଟ୍ ଦୁର୍ଘଟଣା: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଛି। କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ଅରିନ୍ଦମଙ୍କର ମୃତ୍ୟୁ ନେଇ ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଅରିନ୍ଦମଙ୍କର ମୃତ୍ୟୁ ଘଟି ସାରିଥିଲା । ଅରିନ୍ଦମଙ୍କ ସହଯୋଗୀ, କ୍ୟାମେରାପର୍ସନ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ଚିକିତ୍ସାପାଇଁ ଆସିଥିବା ଓଡ୍ରାଫ୍‌ର ତିନି ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।
ଖବର ଅନୁଯାୟୀ ମହାନଦୀର କଟକ ମୁଣ୍ଡଳି ବ୍ୟାରେଜ୍‌ରେ ଫସି ଯାଇଥିବା ଏକ ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ତରଫରୁ ଆରମ୍ଭ ହୋଇଥିବା ଅପରେସନ୍ କାର୍ଯ୍ୟର କଭରେଜ କରୁଥିବା ବେଳେ ଅରିନ୍ଦମ ଦାସ ଓ କ୍ୟାମେରାପର୍ସନ ପ୍ରଭାତ ସିହ୍ନା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ। କ୍ରାଇମ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅରିନ୍ଦମ। ପରେ ପରେ କ୍ରାଇମ ସହ ଡିଜାଷ୍ଟର ରିପୋର୍ଟର ଭାବେ ସୁପରିଚିତ ହୋଇଥିଲେ ଅରିନ୍ଦମ। ବନ୍ୟା, ବାତ୍ୟା ବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲେ ସେ। ଜଣେ ଦୁଃସାହସୀ ସାମ୍ବାଦିକ ଭାବେ ସେ ଘରେ ଘରେ ପରିଚିତ ଥିଲେ। ରିସ୍କ ନେଇ ଏକ୍ସଟ୍ରା କରିବାକୁ ସବୁବେଳେ ଆଗକୁ ଆସୁଥିଲେ ଅରିନ୍ଦମ। ବନ୍ୟପ୍ରାଣୀ ସଂପର୍କିତ ରିପୋର୍ଟରେ ମଧ୍ୟ ସେ ଦକ୍ଷ ଥିଲେ। ଏପରିକି ଆଜି ମଧ୍ୟ ମରଣ ମୁହଁରେ ପଡ଼ିବି ସେ ନିଜକୁ  ଚାହିଁ ନ ଥିଲେ। ଅନ୍ୟମାନେ କିପରି ଉଦ୍ଧାର ହେବେ ତାହା ଉପରେ ସେ ଗୁରୁତ୍ୱ ଦେଉ ଦେଉ ନିଜେ ଜୀବନ ହାରି ଦେଇଥିଲେ । 


Odisha 1 tv ପରିବାର ଅରିନ୍ଦମଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here