ଖବର ସଂକ୍ଷେପ ରେ…… ତାରିଖ ୨୭-୦୬-୨୦୨୧/ ରବିବାର (NEWS IN BULLETS)

୧-ଅଧା ଓଡ଼ିଶାରୁ ଆସିଲା ଚାଷୀ ଦୁର୍ଦ୍ଦଶାର ସାଂଘାତିକ ଚିତ୍ର । ମଣ୍ଡିରେ ପଡି ପଡ଼ି ଧାନ ହୋଇଗଲାଣି ଗଜା, ୧୨ ଦିନିଆ ଟୋକନ ଅବଧି ପାଇଁ ବ୍ରିକି ହୋଇ ପାରିଲାନି ରବି ଧାନ ।

୨- ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ..।

୩–ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଲା ଟିମ୍ ।

୪-ଆଜି ଲେହ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ ।

୫–ମାଲକାନଗିରି ଜିଲାର ଅପହଞ୍ଚ ଇଲାକାରୁ ଧରାପଡ଼ିଲେ ୭ ନକଲି ଡାକ୍ତର। ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ଔଷଧ ଜବତ।

୬–ଶିଶୁଙ୍କ ଲାଗି କୋଭିଡ ଟିକା ନେଇ ବଢ଼ିଲା ଆଶା। ଦୁଇ ମାସରେ ଆରମ୍ଭ ହେବ କୋଭାଭାକ୍ସର ପରୀକ୍ଷଣ। ୯୨୦ ଶିଶୁଙ୍କଠାରେ ପରୀକ୍ଷଣ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ।

୭–ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ଦେଇଛନ୍ତି ନିଯୁକ୍ତି ।

୮–ରାଉରକେଲାରେ ସିକ୍ରେଟ କୋଡ ଦ୍ବାରା ଏଟିଏମରୁ ୩୪ଲକ୍ଷ ଲୁଟ। ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ ଗିରଫ

୯-ଉଭୟ ଡୋଜ ଟୀକା ନେଇଥିଲେ ବି ସତର୍କ ରହିବା ଜରୁରୀ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

୧୦-ଅଯୋଧ୍ୟାର ଉନ୍ନତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି । ରାମମନ୍ଦିର ନିର୍ମାଣ କାର୍ଯ୍ୟ ବିଷୟରେ କଲେ ଆଲୋଚନା ।

୧୧-ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

୧୨-ନକଲି ଟିକା ନେଇ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ।
୧୩-ପଶ୍ଚିମବଙ୍ଗରେ ମିଥ୍ୟା ଟିକାକରଣ ଅଭିଯାନ, ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ତଦନ୍ତ ଦାବି କଲେ ଶୁଭେନ୍ଦୁ ଅଧିକାରୀ.।

୧୪-ସ୍ବର୍ଣ୍ଣିମ ମୁହୂର୍ତ୍ତ: ପ୍ୟାରିସ୍‌ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଲେ ଭାରତୀୟ ତୀରନ୍ଦାଜ ଅଭିଶେଖ ବର୍ମା ।

୧୫-ଶ୍ରୀନଗର : ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ୍ ମାଡ କଲେ ଆତଙ୍କବାଦୀ, ଲାଲ ଚୌକରେ ସର୍ଚ୍ଚ ଅପରେସନ ଜୋରଦାର ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here