ଗୁଜରାଟ ଉପକୂଳରେ ରଚିବ ତାଣ୍ଡବ ବାତ୍ୟା ତାଉ’ତେ: ଆଜି ରାତିରେ ଲ୍ୟାଣ୍ଡଫଲ୍ :

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଆଡ଼େ ମାଡ଼ି ଆସୁଛି ବାତ୍ୟା ତାଉ’ତେ । ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଗକୁ ବଢୁଛି । ଗତ ୬ ଘଣ୍ଟା ହେବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗଣ୍ଟାପ୍ରତି ୧୫ କିଲୋମିଟର ବେଗର ଉପକୂଳ ମୁହାଁ ହେଉଛି ତାଉ’ତେ । ମୁମ୍ୱାଇ ଉପକୂଳରୁ ୧୫୦ କିଲୋମିଟର ପଶ୍ଚିମ, ଡିଉରୁ ୨୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ଗୁଜରାଟର ଭେରାଭଲରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏବେ କେନ୍ଦ୍ରୀଭୂତ ରହିଛି ତାଉ’ତେ।

ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଗୁଜରାଟ ଉପକୂଳରେ ପହଞ୍ଚିବ । ରାତି ୮ଟାରୁ ୧୧ଟା ଭିତରେ ଗୁଜରାଟ ଭାବନଗର ଜିଲ୍ଲା ଅନ୍ତର୍ଗତ ପୋରବନ୍ଦର-ମହୁଭା ନିକଟରେ ତାଉ’ତେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବ । ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିର ଓ କେତେକାଂଶରେ ବଢ଼ି ୧୮୫ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିବ ତାଉ’ତେ । ଆସନ୍ତା ୬ ଘଣ୍ଟା ପାଇଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୮୦-୧୯୦ କିଲୋମିଟ ବେଗରେ ପବନ ବହିବ । ପବନର ବେଗ ବଢ଼ି ୨୧୦ବି ହୋଇପାରେ ।

ସୁରକ୍ଷା ଦୃଷ୍ଟିରୁ ପ୍ରଭାବିତ ଆଶଙ୍କା ଥିବା ଗୁଜରାଟ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୧୨ ଘଣ୍ଟା ଯାଏ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରେ ଅଶାନ୍ତ ରହିବ ସମୁଦ୍ର । ବଡ଼ ବଡ଼ ଜୁଆର ଆସିବ । ଆନନ୍ଦ ଓ ଆମରେଲି, ଗିର ସୋମନାଥ, ଡିଉ, ଭାବନଗରରେ ୩-୪ ମିଟରର ଜୁଆର ଆସିପାରେ ।

ସେହିପରି ଅହମ୍ମଦାବାଦର ବାହରୁଚରେ ୨-୩ଫୁଟ ଉଚ୍ଚାର ଜୁଆର ଆସିପାରେ । ଗୁଜରାଟର ଦେବଭୂମି, ଦ୍ୱାରକା, ପୋରବନ୍ଦର, କଚ୍ଚ, ଜାମନଗର, ରାଜକୋଟ, ଭଲସାଡ, ଭଦୋଦରା, ବାହରୁଚ, ଖେଦା, ଆନନ୍ଦ ଆଦି ଜିଲ୍ଲାରେ ପଡ଼ିବ ତାଉ’ତେ ପ୍ରଭାବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here