ଏରସମା ବ୍ଳକ ରେ ବାଟବଣା ଆବାସ ଯୋଜନା ଓ ବିଜୁ ପକ୍କାଘର ମୋକୁଡ଼ିଆ ଯୋଜନା।

ଜଗତସିଂହପୁର: ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘରଟେ ନଥିବା ବେଳେ ଭଙ୍ଗା ଦଦରା ,ଝାଟିମାଟି ମାଟି କାନ୍ଥ ଦଦରା ଘରେ ଜୀବନ ବିତାଉଛନ୍ତି ରମେଶ ମଲ୍ଲିକଙ୍କ ପରିବାର।ସରକାର ଙ୍କର ଆବାସ ଯୋଜନା  ଓ ବିଜୁ ପକ୍କାଘର ମୋ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ସତ୍ଵେ ବି ରମେଶଙ୍କ ପରିବାର କ୍ଷେତ୍ରରେ ଅପହଞ୍ଚ ହୋଇ ପଡିଛି।ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଳକ ଗଡ଼ବିସନପୁର ପଞ୍ଚାୟତର ଗଡ଼ ବିସନପୁର ଚସାପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ନଗ୍ନ ଚିତ୍ର।ରାଜ୍ୟ ସରକାର ଅବା କେନ୍ଦ୍ରସରକାର ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ରାଜକୋଷ ରୁ ଖର୍ଚ୍ଚ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ନଥିବା ଅଭିଯୋଗ ହୋଇଛି।ଏରସମା ବ୍ଳକ ଗଡ଼ବିସନପୁର ଚଷାପଡ଼ା ଗ୍ରାମର ରମେଶ ମଲ୍ଲିକ ବାରମ୍ବାର ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ଅଧିକାରୀ ମାନଙ୍କୁ ନେହୁରା ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳିନାହିଁ।ତେବେ ସରକାରଙ୍କ ଆବାସ ଯୋଜନା ଓ ବିଜୁ କୁଡ଼ିଆ ଯୋଜନା କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏରସମା ବ୍ଲକରେ ପକ୍କାଘର ଯୋଜନା ପ୍ରକୃତ ହିତାଧିକାରୀଙ୍କ ବଦଳରେ ଧନୀକ ଲୋକଙ୍କୁ ହାତ ଗୁଂଜା ନେଇପକାଘର ପ୍ରଦାନ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।ତେବେ ରମେଶଙ୍କ ପରିବାର ନିଜ ଭାଗ୍ୟକୁ ଆଦରି ସେହି ଭଙ୍ଗା ଦଦରା  ଝାଟି ମାଟି କାନ୍ଥ ଘେରା ଘରେ ଜୀବନ ବିତାଉଛନ୍ତି।ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ରମେଶ ମଲ୍ଲିକଙ୍କ ପରିବାରଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।

ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here