ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ କୋଭିଡ କଟକଣା ଅନୁଯାୟୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଅଛି।ଗତ ବର୍ଷ କୋଭିଡ ଯୋଗୁଁ ମା ଶାରଳାଙ୍କ ଚନ୍ଦନଯାତ୍ରା କୋଭିଡ କଟକଣା ଯୋଗୁ ପ୍ରତୀକାତ୍ମକ ଭାବେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ମାତ୍ର ଚଳିତ ବର୍ଷ ପୂର୍ବ ବର୍ଷ ଭଳି ତାହା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା ହେବା ପରେ ମା ଙ୍କ ସେବାୟତ ମାନେ ତୀବ୍ର ନିନ୍ଦା କରିବା ସହ ଉତେଜନା ପ୍ରକାଶ ପାଇଥିଲା।ତେବେ ମନ୍ଦିର ପ୍ରଶାସନ ତରଫରୁ ସେବାୟତ ଙ୍କ ଦାବିକୁ ମାନିନେଇ ପ୍ରଶାସନ ତରଫରୁ 144 ଧାରା ବଳବତ୍ତର ସହ କୋଭିଡ ମାର୍ଗ ଦର୍ଶିକା କୁ କଡ଼ାକଡ଼ି ପାଳନ କରାଯାଇ ଚନ୍ଦନ ଯାତ୍ରା 21ଦିନ ମା ଙ୍କ ରୀତିନୀତି ଅନୁଯାୟୀ ପାଳନ କରାଯିବ।
ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ