ଆଷ୍ଟ୍ରାଜେନେକା ଟିକାକୁ ନେଇ ଖୁସି ଖବର, କମାଉଛି ମୃତୁ୍ୟ ଆଶଙ୍କା I

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ ଟିକାକୁ ନେଇ ଖୁସି ଖବର । କରୋନା ମୃତୁ୍ୟ ଆଶଙ୍କା ୮୦% କମାଇବାରେ ଏହି ଟିକାର ମାତ୍ର ଗୋଟିଏ ଡୋଜ କ୍ଷମତା ରହିଛି ବୋଲି କୁହାଯାଇଛି । ପବ୍ଲିକ ହେଲଥ ଇଂଲଣ୍ଡ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଅନ୍ୟ ପକ୍ଷରେ ଫାଇଜର ବାୟୋଏନଟେକ ଟିକାକୁ ନେଇ ମଧ୍ୟ ଏହା ସକାରାତ୍ମକ ରିପୋର୍ଟ ଦେଇଛି । ପବ୍ଲିକ ହେଲଥ ଇଂଲଣ୍ଡ କହିଛି ଯେ ଫାଇଜର ଟିକାର ମାତ୍ର ଗୋଟିଏ ଡୋଜ କରୋନା ମୃତୁ୍ୟ ଆଶଙ୍କାକୁ ୮୦% କମାଇବାରେ ସଫଳ ହେଉଛି । ଟିକାର ଦୁଇଟି ଡୋଜ ପରେ ମୃତୁ୍ୟ ଆଶଙ୍କା ୯୭% ହ୍ରାସ ପାଉଛି । ଅର୍ଥାତ ଏହା କରୋନା ଭୂତାଣୁ ବିରୋଧରେ ୯୭% ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଯାଇଛି । ପବ୍ଲିକ ହେଲଥ ଇଂଲଣ୍ଡ କହିଛି ଯେ ବାସ୍ତବ ତଥ୍ୟକୁ ଆଧାର କରି ଆଷ୍ଟ୍ରାଜେନେକା ଟିକାର କ୍ଷମତା ମପାଯାଇଛି । ଗତ ବର୍ଷ ଡିସେମ୍ବରରୁ ୨୦୨୧ ଏପି୍ରଲ ମଧ୍ୟରେ ଟିକାର ପ୍ରୟୋଗାତ୍ମକ ରିପୋର୍ଟ ହାସଲ କରାଯାଇଥିଲା । ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ ନେଇଥିବା ଲୋକମାନେ ମୃତୁ୍ୟ ବିରୋଧରେ ୫୫% ସୁରକ୍ଷିତ ରହିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here