ଖବର ସଂକ୍ଷେପ ରେ…… ତାରିଖ ୧୦/୦୫/୨୦୨୧,ସୋମବାର (NEWS IN BULLETS)

୧-କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା । ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କାର ସହାୟତା ମଞ୍ଜୁର ।

୨-ଭାରତକୁ ପହଞ୍ଚିବାରେ ଲାଗିଛି ବିଶ୍ବ ସମୁଦାୟର ବିପୁଳ ସହାୟତା, ସାମଗ୍ରୀଗୁଡ଼ିକ ତୁରନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ।

୩- ଆଜି ଓଡିଶା ରେ ୧୦୦୩୧ ନୂଆ କରୋନା ପଜିଟିଭ୍ I ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କାର ମଞ୍ଜୁରୀ ।

୪-ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ । ଏଥର ଅପେକ୍ଷାକୃତ ଆହୁରି କଠୋର ହେବ, ମେଟ୍ରୋ ସେବା ବାତିଲ ।

୫-ଆଜି ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା ।

୬-ଭାରତ ମହାସାଗରରେ ଖସିଲା ଚୀନ୍‌ର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ।

୭-ଆଜି କଟକର ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମ୍‌ରେ ହଜାରେ ଲୋକଙ୍କୁ ଦିଆଯିବ କୋଭିଡ ର ଦ୍ୱିତୀୟ ଡୋଜ୍ ।

୮-କୋଭିଡ୍ -୧୯ ବିରୋଧରେ ଲଢେଇ ପାଇଁ ୪୦୦ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରିବ AFMS ।

୯-ଏଣିକି ୧ ଜୁନ୍ ୨୦୨୧ ଠାରୁ ଗୁଗୁଲ୍ ରେ ‘ଗୁଗୁଲ୍ ଫଟୋ’ କ୍ଲାଉଡ୍ ସେବା ଆଉ ମାଗଣାରେ ଉପଲବ୍ଧ ହେବ ନାହିଁ । ତେବେ ୧୫ ଜିବି ଷ୍ଟୋରେଜ୍ ଉପରେ କୌଣସି ଦେୟ ଲାଗୁ ହେବ ନାହିଁ।

୧୦-୨୦୨୨ ମାର୍ଚ୍ଚ ସୁଦ୍ଧା ୩୬ କୋଟି ଭାରତୀୟଙ୍କୁ ଦିଆଯିବ ସ୍ପୁଟନିକ ଭି ଟିକା ।

୧୧-ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଔଷଧ ବିକ୍ରି ୫୧%କୁ ବୃଦ୍ଧି ।

୧୨-ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଲେ ଛତିଶଗଡ଼ ସରକାର ।

୧୩-ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଗତକାଲି ଅପରାହ୍ନରେ ପରଲୋକ ।

୧୪-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

୧୫-କୋଭିଡ୍‍ ରିଲିଫ୍‍ ସାମଗ୍ରୀ ଉପରେ ବହିଃଶୁଳ୍କ ଓ ଆଇଜିଏସ୍‍ଟି ନାହିଁ ବୋଲି ସୀତାରମଣଙ୍କ ସୂଚନା ।

୧୬-ଦିଲ୍ଲୀ ଘରୋଇ ଡାକ୍ତରଖାନାରେ ମାସକରେ ୮୦ ସଂକ୍ରମିତ; ଟିକା ନେଇଥିବା ଡାକ୍ତର ମୃତ ।

୧୭-ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ଆଜି ଖୋଲିବାକୁ ଥିବା କୋଭିଡ-କେୟାର ସେଣ୍ଟର ପାଇଁ ସୁପରଷ୍ଟାର ଅମିତାଭ ବଚ୍ଚନ ଦାନ କଲେ ୨କୋଟି ଟଙ୍କା ।

୧୮-ହରିୟାଣାର ରେୱାଡ଼ି ଜିଲ୍ଲାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫାରାର, ସମସ୍ତ କଏଦୀ ଥିଲେ କରୋନା ପଜିଟିଭ୍ ।

୧୯-ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା ହେଲେ ପଜିଟିଭ୍ ।

୨୦-ପଶ୍ଚିମବଙ୍ଗରେ ଫଳାଫଳ ପରେ ହିଂସା ଉସୁକାଇବା ଅଭିଯୋଗ, ବିଜେପିର ମିଥୁନ ଚକ୍ରବର୍ତ୍ତୀ ଓ ଦିଲୀପ ଘୋଷଙ୍କ ବିରୋଧରେ FIR ରୁଜୁ ।

୨୧-ଭାରତର କରୋନା ସ୍ଥିତି ନେଇ ବ୍ରିଟିଶ ପତ୍ରିକା ଲାନସେଟର ତଥ୍ୟ ଅନୁସାରେ  ଅଗଷ୍ଟ ୧ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ ।

୨୨-ହତ୍ୟା ଅଭିଯୋଗ ଆସିବା ପରେ ଫେରାର୍ ହେଲେ ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ।

୨୩-ଅବଶିଷ୍ଟ IPL ମ୍ୟାଚ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ, କହିଲେ ୨୫୦୦ କୋଟି କ୍ଷତି ହୋଇପାରେ ।

୨୪-ଜୁଲାଇରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ, ଯିବେ ନାହିଁ ବିରାଟ କୋହଲି ଓ ରୋହିତ ଶର୍ମା ।

୨୫-IPL ୨୦୨୧ ପରେ ଭାରତରେ ବାତିଲ ହୋଇପାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here