ଲକ୍ଡାଉନ ସମୟରେ ସହରାଞ୍ଚଳର ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁରୋଧ କଲା ପ୍ରଶାସନ I

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ସହ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହୁଛି । ଫଳରେ ବୁଲା ଗାଇଗୋରୁ ଓ କୁକୁର ଖାଦ୍ୟ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଲକ୍‌ଡାଉନ ସମୟରେ ସହରାଞ୍ଚଳମାନଙ୍କରେ ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଉଚିତ୍ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ନଗରାଞ୍ଚଳରେ ଏହି ଖର୍ଚ୍ଚକୁ ବିଭିନ୍ନ ଫଣ୍ଡରେ ଜମା ଥିବା ଟଙ୍କାରୁ କରିବାକୁ କୁହାଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ଦୈନିକ ଏଥି ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି । ଅନ୍ୟ ପୌରପରିଷଦରେ ଦୈନିକ ୫ ହଜାର ଓ ଏନଏସିରେ ୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here