ଖୁବଶୀଘ୍ର ପିଲାଙ୍କ ପାଇଁ କୋଭିଡ ଭ୍ୟାକ୍ସିନ, ପ୍ରୟାସରେ ଜୁଟିଛି ‘ଫାଇଜର’

ଜଣାଶୁଣା ଫର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର(Pfizer) ଏବେ ପିଲାଙ୍କୁ କରୋନା ଭ୍ୟାକ୍ସିନ ଡୋଜ ଦେବା ଉପରେ ବିଚାର କରୁଛି। ସେପ୍ଟେମ୍ବର ମାସ ସୁଦ୍ଧା ଏଥିପାଇଁ ଅନୁମତି ଆଣି ଫାଇଜର ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ୍ସ ପାଖରେ ଅପିଲ କରିବ। ଏହା ଅଧୀନରେ ୨ରୁ ୧୧ ବର୍ଷ ବୟସର ପିଲାଙ୍କୁ ଭ୍ୟାକ୍ସିନ ଡୋଜ ଦିଆଯିବ।

ଆସନ୍ତା ସପ୍ତାହ ପ୍ରାରମ୍ଭରେ କମ୍ପାନୀକୁ FDA ତରଫରୁ ୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ଭ୍ୟାକ୍ସିନର ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ମିଳିଯିବ। ଫାଇଜର ଯୋଜନା କରୁଛି କି, ୧୬ରୁ ୮୫ ବର୍ଷ ପର୍ଯ୍ୟନ୍ତ ଆୟୁବର୍ଗ ଥିବା ଲୋକଙ୍କୁ ଚଳିତ ମାସରେ ଭ୍ୟାକ୍ସିନ ପାଇଁ ମଞ୍ଜୁରୀ ମିଳିଯାଉ।

ଏହି ଫର୍ମା କମ୍ପାନୀ ପାଖରେ ଅଗଷ୍ଟ ପ୍ରଥମାର୍ଦ୍ଧରେ ଗର୍ଭବତୀ ମହିଳାମାନଙ୍କ ସୁରକ୍ଷିତ ଟିକାକରଣ ପାଇଁ କ୍ଲିନିକାଲ ଟ୍ରାଏଲ ଡାଟା ବି ଥିବ। FDA ଏହି କଥାକୁ ନେଇ ପ୍ରୟାସରତ ଯେ ଯୁବବର୍ଗଙ୍କ ପାଇଁ କୋଭିଡ ଭ୍ୟାକ୍ସିନ ଉପଲବ୍ଧ ହୋଇଯାଉ। ଏହି ସୂଚନା ହ୍ଵାଇଟ ହାଉସର ସେକ୍ରେଟାରୀ ଜେନ ସାକି ମଙ୍ଗଳବାର ଏକ ନ୍ୟୁଜ କନଫେରେନ୍ସରେ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here