ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ କରୋନା ମହାମାରୀ ମୁକାବିଲା, ଅତିରିକ୍ତ ଚାଉଳ କୋଟା ବଣ୍ଟନ ଏବଂ ଭତା ବଣ୍ଟନ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା

ବ୍ରହ୍ମଗିରି: ଆଜି ସକାଳ ୯:୩୦ ମିନିଟ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ମୋଟ ଇଂଜିନିୟରିଂ ସ୍କୁଲ ଠାରେ କରୋନା ମହାମାରୀ ମୁକାବିଲା,ଚଳିତମାସ ୫ ରୁ ୧୯ ତାରିଖ ଲକ୍ ଡାଉନ, ମୋଟ ଠାରେ ପ୍ରତିଷ୍ଠିତ କୋଭିଡ୍ କେୟାର ସେଣ୍ଟରର ପରିଚାଳନା,ଅତିରିକ୍ତ ଚାଉଳ କୋଟା ବଣ୍ଟନ ଏବଂ ଭତା ବଣ୍ଟନ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ବ୍ରହ୍ମଗିରି ବି:ଡ଼ି:ଓ ଜ୍ୟୋତିପ୍ରକାଶ ସେଠି,ତହସିଲଦାର କାହ୍ନୁଚରଣ ଘଡେ଼ଇ,କେରାଣ୍ଡିଆ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଣବ ପ୍ରକାଶ ପୂର୍ଣ୍ଣ,ଅତିରିକ୍ତ ତହସିଲଦାର ପ୍ରଭୋଦ କୁମାର ମହାନ୍ତି, ଆଇ:ଆଇ:ସି ମନୋଜ କୁମାର ଶତପଥୀ,ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି,ବ୍ଲକ ସମାଜମଙ୍ଗଳ ଅଧିକାରୀ ପ୍ରଜ୍ଞା ପରିମିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here