ଖବର ସଂକ୍ଷେପ ରେ…… ତାରିଖ ୦୫/୦୫/୨୧, ବୁଧବାର (NEWS IN BULLETS)

୧-ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି,ମେ ୩୧ ଯାଏଁ ପରୀକ୍ଷା ଓ ପାଠପଢ଼ା ବନ୍ଦ।

୨-ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।

୩-ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ।

୪-ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯିବ ଆନ୍ତର୍ଜାତୀୟ ପୁରସ୍କାର।

୫-ଲକଡାଉନରେ ନୂଆ ବ୍ୟବସ୍ଥା, ଘରକୁ ଯାଇ ଏତଲା ଆଣିବ ପୋଲିସ।

୬-ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଯାଇଛି ରେଷ୍ଟୁରାଣ୍ଟ ସହ ସଂଲଗ୍ନ ଦୋକାନ।

୭-ଗୋପାଳପୁର:ଗୋଳନ୍ଥରା ଥାନା ପରିସରରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲା: ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ, ଥାନା ଆଇଆଇସି ଡିପିଓକୁ ସ୍ଥାନାନ୍ତର।

୮-ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଝଟକା:ରାଜ୍ୟରେ ବନ୍ଦ ହେବ ନାହିଁ ୨୦ ପିଲାରୁ କମ୍‌ ଥିବା ସ୍କୁଲ।

୯-ହାଇଦ୍ରାବାଦ: ନେହେରୁ ପ୍ରାଣୀ ଉଦ୍ୟାନରେ ୮ ସିଂହ କରୋନାରେ ସଂକ୍ରମିତ।

୧୦-ଭୁବନେଶ୍ୱର: ଚଳିତ ମାସ ୨୪ରୁ ୨୮ ତାରିଖ ମଧ୍ଯରେ ହେବାକୁ ଥିବା JEE MAIN ସ୍ଥଗିତ।

୧୧-କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା ।

୧୨-‌ନୂଆଦୀଲ୍ଲୀ: ଅନଲାଇନ ପାଠପଢ଼ା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ।

୧୩-ବେଙ୍ଗଲ ହିଂସା: ରାଜ୍ୟପାଳଙ୍କ ସହ କଥା ହେଲେ ମୋଦୀ, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ଆଜି ବିଜେପିର ଦେଶବ୍ୟାପୀ ଧାରଣା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here