ଜିଲ୍ଲା ସ୍ତରୀୟ କୋଭିଡ- ୧୯ ମୁକାବିଲା ଓ ପରିଚାଳନା କମିଟି ବୈଠକ I

ଡାବୁଗାଁ, ୧/୫ ଭରଚୁଆଲ ମାଧ୍ୟମ ଜରିଆରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ସ୍ତରୀୟ କୋଭିଡ- ୧୯ ର ମୁକାବିଲା ଓ ପରିଚାଳନା କମିଟିର ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ, ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସାଂସଦଙ୍କ ଜିଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧକ୍ଷା/ଅଧ୍ୟକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରୋଇତ, ଜିଲ୍ଲା ଜରୁରୀକାଳୀନ ଉପ ବିଭାଗ ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚୌଧୁରୀ ଶୋଭାରାଣୀ ମିଶ୍ର ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ନିର୍ବାହୀ ଅଧିକାରୀ ପୌର ସଂସ୍ଥା ନବରଙ୍ଗପୁର ଏବଂ ଉମେରକୋଟ ବୃନ୍ଦ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ  ଅବସ୍ଥାରେ ବିୟୋଗ ଯୋଗୁଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ନବରଙ୍ଗପୁର ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ ଜିଲ୍ଲାର କୋଭିଡ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଅନୁଯାୟୀ  ଜିଲ୍ଲାରେ ୪୨ ଟି କ୍ଷେତ୍ରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାଞ୍ଚଟି କୋଭିଡ କେୟାର ସେଣ୍ଟରେ(CCE), ନବରଙ୍ଗପୁର ସଦର ମହକୁମାରେ  ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି । ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ଵୃଦ୍ଧି ପାଉଥିବାରୁ ମାନ୍ୟବର ସାଂସଦ ଏବଂ ବିଧାୟକ ବୃନ୍ଦ କ୍ଷୋଭ ପ୍ରକାଶ କରିବା ସହିତ ଜିଲ୍ଲାକୁ ଆସିଥିବା ନୂତନ ଭେଣ୍ଟିଲେଟର କୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମତ ପ୍ରକାଶ କରିଥିଲେ । ଜିଲ୍ଲାରେ କିଭଳି ଅଧିକରୁ ଅଧିକ କୋଭିଡ ପରୀକ୍ଷା କରାଯାଇ ପାରିବ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାର  କୋଭିଡ ର ମୁକାବିଲା କରିବା ପାଇଁ  ଜିଲ୍ଲାପାଳ ସମସ୍ତ ନିର୍ବାଚିତ ପ୍ରତିନିଧି  ଏବଂ ଜନସାଧାରଣ ଙ୍କ ସହଯୋଗ କାମନା କରିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ଏବଂ ନିୟମିତ ବ୍ୟବଧାନରେ ହାତ ଧୋଇବା, ନିଜେ ସୁରକ୍ଷିତ ରହିବା ସହିତ, ଅନ୍ୟ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ ।                                               

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here