ଖବର ସଂକ୍ଷେପ ରେ…… ତାରିଖ ୦୪/୦୫/୨୧, ମଙ୍ଗଳବାର (NEWS IN BULLETS)

୧-ସିବିଏସ୍ଇ ଢାଞ୍ଚାରେ ହେବ ମାଟ୍ରିକ ମୂଲ୍ୟାୟନ।ନବମ ଶ୍ରେଣୀ ପରୀକ୍ଷାର ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତିକରି ମୂଲ୍ୟାୟନ ହେବ।ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ।

୨-ଲକ୍‌ଡାଉନ ଲାଗୁ ପୂର୍ବରୁ ଟ୍ଵିନ୍‌ସିଟି ବଜାରରେ ପ୍ରବଳ ଭିଡ଼, ଭୟଭୀତ ନହେବାକୁ ପରାମର୍ଶ ଦେଲେ ସିପି।

୩-ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା।

୪-ରବିବାରକୁ ଛାଡି ସବୁଦିନ ରାଜ୍ୟରେ ଜାରି ରହିବ ଟିକାକରଣ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

୫-କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର।

୬-ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଏପ୍ରିଲରେ ସଂଗ୍ରହ ହୋଇଛି ୧୧୨୬ କୋଟିରୁ ଉର୍ଦ୍ଧ୍ବ GST।

୭-ଭୁବନେଶ୍ୱର:ରାଜ୍ୟ ଛାଡ଼ି ଅନ୍ୟତ୍ର ନ ଯିବା ପାଇଁ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରମ ମନ୍ତ୍ରୀ।

୮-ନୂଆ ଦିଲ୍ଲୀ:ସିଟି ସ୍କାନ୍ କରାଇ ପାରେ କର୍କଟ, ସତର୍କ କରାଇଲେ ଦିଲ୍ଲୀ ଏମ୍ସ ନିର୍ଦେଶକ

୯-IFS ଅଭୟକାନ୍ତ ପାଠକଙ୍କୁ ବଡ ଝଟ୍‌କା, ବାଧ୍ୟତାମୂଳକ ଅବସରକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି।

୧୦-କୋଲକାତା:ଦିନ ମଜୁରିଆଙ୍କ ପତ୍ନୀ ‘ଚନ୍ଦନା ବାଉରୀ’ ହେଲେ ସାଲୋତୋରା ଆସନରୁ ବିଧାୟକ। ପାଖରେ ଅଛି ୩ଟି ଛେଳି ଓ ୩ଟି ଗାଇ।

୧୧-ମମତା ବାନାର୍ଜୀ ହେଲେ ବିଧାୟକ ଦଳର ନେତା । ମେ ୫ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେଇପାରନ୍ତି ଶପଥ

୧୨-ନିର୍ବାଚନୀ ହିଂସାକୁ ନେଇ ମେ ୫ରେ ବିଜେପିର ଦେଶବ୍ୟାପୀ ପ୍ରଦର୍ଶନ, ଆଜି ପଶ୍ଚିମବଙ୍ଗ ଯିବେ ଜେପି ନଡ୍ଡା।

୧୩-ନୂଆଦିଲ୍ଲୀ:ଚଳିତ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ସ୍ଥଗିତ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here