ଯୋଜନା ମାଳ ମାଳ ହେଲେ କାର୍ଯ୍ୟକାରୀତା ଶୂନ୍ I ଇନ୍ଦୁପୁର, କେନ୍ଦ୍ରାପଡା

*ସରକାରଙ୍କ ଯୋଜନା ମାଳ ମାଳ ହେଲେ କାର୍ଯ୍ୟକାରୀତା ଶୂନ୍ । ଏପରି ଏକ ବଡ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆସିଛି କେନ୍ଦ୍ରାପଡା ଇନ୍ଦୁପୁରରୁ । କେନ୍ଦ୍ରାପଡା ୧-ନମ୍ବର ବ୍ଲକରେ ଖୋଜିଲା ବେଳକୁ ସରକାରି ଏସିସି ରିପୋର୍ଟରେ ବା ତାଲିକାରେ ଆଦୌ ହିତାଧିକାରୀଙ୍କ ନା ନାହିଁ ବା ନା ମିଳୁନି । ହେଲେ ତୁମର ଘର ଆସିଛି କହି ୧୦ ହଜାର ଟଙ୍କା ମାଗିଲେ ଇନ୍ଦୁପୁର ଗ୍ରାମ ପଞ୍ଚାୟତର ୫-ନଂ ୱାର୍ଡ଼ର ମେମ୍ବର ବାବୁ । ଏମିତି ଏକ ସଂଗୀନ ମୂଳକ ଅଭିଯୋଗ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଣିଛନ୍ତି ଇନ୍ଦୁପୁର ହବେଳି ଗ୍ରାମର ଦମ୍ପତି ପଦ୍ମାଳୟା ନାୟକ ଏବଂ ସ୍ୱାମୀ ରଶ୍ମିରଞ୍ଜନ ନାୟକ ଦ୍ୱୟ ।

ତାଙ୍କର ଅଭିଯୋଗ ହେଲା ଯେ – ଇନ୍ଦୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କୁଆଡେ ୱାର୍ଡ଼ ମେମ୍ବର ବାବୁ ତୁମର ଘର ଆସିଛି ବୋଲି କହି ଦଶହଜାର ଟଙ୍କା ମାଗିଥିଲେ । ଆହୁରି ପୁଣି କହିଥିଲେ ଯେ-ଟଙ୍କା ନଦେଲେ ତୁମ ଘର ଅନ୍ୟ ଲୋକକୁ ବିକ୍ରି କରିଦେବୁ । ଏପରି କଥାଶୁଣିବା ପରେ ବିଚରା ଗରିବ ଅସହାୟ ଦମ୍ପତି ଦ୍ୱୟଙ୍କ ମଥା ଘୁରେଇ ଦେଇଥିଲା । ଏତେ ଗୁଡିଏ ଟଙ୍କା ଆଣିବେ କୋଉଠୁ, କିଏ ଦେବ ଏତେ ଟଙ୍କା ସେମାନଙ୍କୁ । ଶେଷରେ ଘରଖଣ୍ଡକ ପାଇଁ ନିରାଶ ହୋଇ ପଡିଥିଲେ ସେମାନେ । ଏପରିକି ସେହି ଦିନଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବାପରେ ଆଜି ନିଜର ଦୁଃଖ ଏବଂ ଗୁହାରୀ କଥା କହିବାକୁ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ । ହେଲେ କଲେକ୍ଟରଙ୍କ ଭେଟ ନମିଳିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଭେଟିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ଉକ୍ତ ଦମ୍ପତିଙ୍କଠାରୁ ସବୁକଥା ଶୁଣିବା ପରେ ସେମାନଙ୍କୁ ଘର ନିଶ୍ଚୟଂ ମଳିବ ଆଉ ଘର କରାଇ ଦେବାର ଆସ୍ୱାସନା ବା ପ୍ରତିଶ୍ରୁତି ଦେଇ ବିଡିଓଙ୍କ ପାଖକୁ ପଠାଇଥିଲେ । ବିଡିଓଙ୍କୁ ଦେଖା କରିବାପରେ ବିଡିଓ ମଧ୍ୟ କହିଛନ୍ତି ଘର ମିଳିବ ବୋଲି । ହେଲେ ଖାଲି ଯାହା ବାକି ରହିଲା ଦେଖିବାକୁ କେବେ ମିଳୁଛି ଉକ୍ତ ଗରିବ ଅସହାୟ ଦମ୍ପତ୍ତି ବା ଲୋକ ମାନଙ୍କୁ ବିନା ଲାଞ୍ଚ ଟଙ୍କାରେ ବିଜୁ ପକାଘର ହେଉକି ମୋ କୁଡିଆ ଆବାସ ଯୋଜନାରେ ଘରଖଣ୍ଡେ । ତେବେ ଆସନ୍ତୁ ନଜର ପକାଇ ନେବେ ଗଣ ମାଧ୍ୟମ ଆଗରେ କଣ କହୁଛନ୍ତି ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିବା ଉକ୍ତ ଦମ୍ପତି ଦ୍ୱୟ । ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

ରାଜ୍ୟ ଜନଶକ୍ତି ପାର୍ଟିର ସଭାପତି ଆଇନଜିବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ
Basanta Parida Social Worker

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here