୩୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ୩୦୦ ଭେଣ୍ଟିଲେଟର ଭାରତକୁ ପଠାଇବ ଜାପାନ I

ନୂଆଦିଲ୍ଲୀ: ଜାପାନ ୩୦୦ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଏବଂ ୩୦୦ ଭେଣ୍ଟିଲେଟର ଯୋଗାଇବ ଯାହା କରୋନାଭାଇରସ୍ ସଂକ୍ରମଣର ଏକ ଭୟଙ୍କର ଦ୍ୱିତୀୟ ତରଙ୍ଗକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସକୁ ସମର୍ଥନ କରିବ ବୋଲି ସୂଚନା ମିଳିଛି।

ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି ଟ୍ୱିଟରେ କହିଛନ୍ତି ଯେ ଜାପାନ ଭାରତର ଆବଶ୍ୟକତା ସମୟରେ ଛିଡା ହୋଇଛି।

ଜାପାନର ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ସଂକ୍ରମଣର ବର୍ତ୍ତମାନର ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତକୁ ଜରୁରୀକାଳୀନ ସହାୟତା ପଠାଯାଉଛି।

“ଆଜି, ଏପ୍ରିଲ ୩୦, ଭାରତ ସରକାରଙ୍କ ଅନୁରୋଧ କ୍ରମେ ଜାପାନ ସରକାର ବର୍ତ୍ତମାନ ଭାରତରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ଦେଖି ୩୦୦ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଏବଂ ୩୦୦ ଭେଣ୍ଟିଲେଟର ଯୋଗାଇବା ପ୍ରକ୍ରିୟା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ବୋଲି ବିବୃତ୍ତିରେ କୁହାଯାଇଛି।

ଏହି ଅତିରିକ୍ତ ଜରୁରୀକାଳୀନ ସହାୟତା ମାଧ୍ୟମରେ ଜାପାନ କୋଭିଡ୍‌-୧୯ ମହାମାରୀ ବିରୋଧ ଲଢେଇରେ ଜାପାନ ଭାରତ ସହିତ ଛିଡା ହୋଇଛି। କୋଭିଡ-୧୯ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜାପାନ ତୁରନ୍ତ ଅଧିକ ସମର୍ଥନ ଜାରି କରିବ ବୋଲି ମଧ୍ୟ ଏଥିରେ କୁହାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here