ଖବର ସଂକ୍ଷେପ ରେ…… ତାରିଖ ୩୦/୦୪/୨୧, ଶୁକ୍ରବାର (NEWS IN BULLETS)

୧-ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବଢିଲା ସନ୍ଦେହ

୨-ଭୁବନେଶ୍ୱର: ଅଧିକ ସଂକ୍ରମିତ ଜିଲ୍ଲାରେ ମେ’ ପହିଲାରୁ ଫେରିପାରେ ଲକ୍ ଡାଉନ୍।

୩-ମହାମାରୀ ସମୟରେ ଲୋକ ସରକାରଙ୍କ ନିୟମ ନମାନି ଚଳୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି: ଡିଜିପି।

୪-ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ଗରମ,୧୨ଟି ସ୍ଥାନରେ ତାତି ୪୦ଂ ଉପରେ।ମେ’ ୨ରୁ ଖସିପାରେ ପାରଦ।

୫-କରୋନା ସଂକଟ ସମୟରେ ଓଡିଶାରେ CRPF ମୁତୟନ ବାବଦ ଖର୍ଚ୍ଚ ଛାଡ କରାଯାଉ, ମୋଦିଙ୍କୁ ଚିଠି ଲେଖିଲେ ନବୀନ‌।

୬-ଆସନ୍ତା ସୋମବାର ଯାଏଁ ପୁରୀ କୋର୍ଟ ଓ ୧୫ ତାରିଖ ଯାଏଁ ବାର୍ ଆସୋସିଏସନ ସଟଡାଉନ୍।

୭-୧୮ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଯୋଗାଣ ନେଇ ସ୍ପଷ୍ଟ କରୁନାହାନ୍ତି ‘ସେରମ୍’ ଓ ‘ବାୟୋଟେକ୍’ : ପୁଣି ଚିଠି ଲେଖିଲେ ରାଜ୍ୟ ସରକାର।

୮-ବଲାଙ୍ଗିର ଜିଲା ବେଲପଡା ବ୍ଲକ:କରୋନା ଆକ୍ରାନ୍ତ ବୋଲି ଆସିଲେନି ସମ୍ପର୍କୀୟ ଓ ଗ୍ରାମବାସୀ, ସ୍କୁଟିରେ ବାପାଙ୍କ ଶବକୁ ନେଲେ ୨ ପୁଅ।

୯-କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା, ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

୧୦-ସିଲ୍‌ଭର୍‌ ସିଟି କଟକରେ କମିଶନରେଟ୍‌ ପୋଲିସ୍‌ର ଏନ୍‌କାଉଣ୍ଟର୍‌, ଶେଖ୍‌ବାବୁ ଆହତ।

୧୧-ସରିଲା ୫ ରାଜ୍ୟର ନିର୍ବାଚନ,୨ରେ ହେବ ମତଗଣତି। ବାହୁଡ଼ା ମତର ଆକଳନ: ବଙ୍ଗ,କେରଳ ଓ ଆସାମରେ ସ୍ଥିର,ବଦଳିବ ତାମିଲନାଡୁ ଓ ପୁଡୁଚେରୀ ସରକାର।

୧୨-ନ୍ୟୁୟର୍କ:ଭାରତ ପାଇଁ ୭୦୦୦ ଅମ୍ଳଜାନ ସାନ୍ଦ୍ରକ, କରୋନା ପରୀକ୍ଷା ଯନ୍ତ୍ର, କରୋନା ପୋଷାକ ଅଧିଗ୍ରହଣ କଲା ଜାତିସଂଘ।

୧୩-ପୃଥ୍ବୀଙ୍କ ରନ୍‌ ବର୍ଷା, କୋଲକାତାକୁ ୭ ଓ୍ବିକେଟରେ ମାତ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here