ଟିକା ନେଲେ ବି ହୋଇପାରେ କରୋନା I

ଭୁବନେଶ୍ୱର: ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଟିକା ନେଲେ ମୃତ୍ୟୁହାର କମିବ, ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ। ସେପଟେ କିଛି ଜିଲ୍ଲାରେ TMC ଖୋଲିଛି।  ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ଟି ସାଧାରଣ ବେଡ ରହିଛି।  ସେଠି ୧୭.୫ ପ୍ରତିଶତ ରୋଗୀ ଅଛନ୍ତି। ସେହପରି ଆଇସିୟୁ ବେଡ ବି ପ୍ରସ୍ତୁତ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୧.୦୧ ପ୍ରତିଶତ ରୋଗୀ ଆଇସିୟୁରେ ରହିଛନ୍ତି। ସେପଟେ ରାଜ୍ୟରେ ୭୮୨ଟି ଭେଣ୍ଟିଲେଟରରେ ୭ .୪ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରୁ ପାଖାପାଖି ୪୦୦ ବ୍ୟକ୍ତି ପଞ୍ଜିକରଣ କରି କୁମ୍ଭମେଳା ଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here