ଖବର ସଂକ୍ଷେପ ରେ…… ତାରିଖ ୨୦/୦୪/୨୧, ମଙ୍ଗଳବାର (NEWS IN BULLETS)

୧-ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା, ରଥଦାଣ୍ଡକୁ ୧୪୪ ଧାରା ଜାରି କରିବ କମିସନରେଟ ପୋଲିସ।ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ।

୨-ପିପିଲି ଉପନିର୍ବାଚନରେ ସଭା କି ଶୋଭାଯାତ୍ରା କରିବ ନାହିଁ ବିଜେଡି, ନବୀନ ଦେଲେ ନିର୍ଦ୍ଦେଶ।

୩-ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି, ମେ ପହିଲାରୁ ୧୮ ବର୍ଷରୁ ଅଧିକଙ୍କୁ ଟିକା।

୪-ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟାରେ ସାମିଲ ଲୋକଙ୍କ ତାଲିକା ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ପ୍ରଶାସନକୁ ଦେବେ କର୍ତ୍ତା : SRC

୫-ଡିଏମଇଟି ସିବିକେ ମହାନ୍ତିଙ୍କ ବୟାନ । ଗୋଷ୍ଠୀ ସଂକ୍ରମଣ ଭଳି ବଢୁଛି କରୋନା । ମେ’ ମାସରେ ଶିଖରରେ ପହଂଚିପାରେ ସଂକ୍ରମଣ ।

୬-୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, କାଳବୈଶାଖୀ ସମୟରେ ଘର ନବାହାରିବାକୁ ପରାମର୍ଶ।

୭-ଟିକା ନେଲେ ବି କରୋନା ହେବ କିନ୍ତୁ ମୃତ୍ୟୁହାର କମିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

୮-ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ, ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର।

୯-ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା କଟକଣା ଲାଗୁ, ପାଳିକରି ବିଦ୍ୟାଳୟ ଆସିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ,+୨ରେ ଅନଲାଇନରେ ପଢ଼ା ହେବ ପାଠ।

୧୦-ସଂକ୍ରମଣ ଦୃଷ୍ଟିରୁ ୟୁପିଏସସିର ସମସ୍ତ ପରୀକ୍ଷା ଓ ସାକ୍ଷାତକାର ସ୍ଥଗିତ।

୧୧-ପୁଣି ରେଳ ବଗିରେ ହେବ ୩ ଲକ୍ଷ କୋଭିଡ୍‍ ଶଯ୍ୟା, ୮୦୦ ପ୍ରସ୍ତୁତ।

୧୨- ୬ ଦିନ ପର୍ଯ୍ଯନ୍ତ ଦିଲ୍ଲୀରେ ଲକ୍‌ଡାଉନ୍, କେହି ଘରୁ ନବାହାରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

୧୩-୧୩୦ ବର୍ଷ ପରେ ଦେଖାଦେଲା ‘ବରଫ ପେଚା’ଶେଷଥର ୧୮୯୦ରେ ଆମେରିକାର ସେଣ୍ଟ୍ରାଲ୍ ପାର୍କରେ ବରଫ ପେଚା ଦେଖାଯାଇଥିଲା।

୧୪-ରାଜସ୍ଥାନକୁ ୪୫ ରନରେ ହରାଇଲା ଚେନ୍ନାଇ, ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟ ସ୍ଥାନରେ ପହଞ୍ଚିଲା ଧୋନୀ ବାହିନୀ।

? ଆଜି ବାସନ୍ତିକ ମହାଷ୍ଟମୀ,ଚଇତି ମଙ୍ଗଳବାର ଓଷା, ଅଶୋକାଷ୍ଟମୀ, ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here