ଖବର ସଂକ୍ଷେପ ରେ…… ତାରିଖ ୧୯/୦୪/୨୧, ସୋମବାର (NEWS IN BULLETS)

୧-ଭୁବନେଶ୍ୱର: ଆଜିଠୁ ସ୍କୁଲରେ ପାଠପଢା ବନ୍ଦ। କ୍ଲାସ୍ ହେବନି କି ପିଲା ଆସିବେନି।

୨-‌ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର, ବିଏମସି ପକ୍ଷରୁ ଜାରି ହେଲା ସୂଚନା।‌

୩-ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ୨ଲକ୍ଷ ଡୋଜ୍ ଟୀକା। ଆଜିଠାରୁ ରାଜ୍ୟର ସମସ୍ତ ସ୍ଥାନରେ ଟୀକାକରଣ ହେବ ସ୍ବାଭାବିକ।

୪-ଆଜି ହୋଇପାରେ ବର୍ଷା ଓ ବଜ୍ରପାତ, ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ।

୫-୨୦୨୧ JEE ମେନ୍‌ ଏପ୍ରିଲ୍‌ ସେସନ୍‌ ସ୍ଥଗିତ, ପରବର୍ତ୍ତୀ ସମୟରେ ଘୋଷଣା ହେବ ତାରିଖ।

୬-କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ।

୭-ରାଇରଙ୍ଗପୁର:ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ: ୧୬୦୦ କେଜି ପୋଚ ନଷ୍ଟ, ବିପୁଳ ପରିମାଣର ଦେଶୀ- ବିଦେଶୀ ମଦ ଜବତ, ୩ ଗିରଫ।

୮-ବ୍ରହ୍ମପୁରରେ ଜମିଲାଣି ଆମ୍ବ ବଜାର । ଦୋକାନରେ ସୁନ୍ଦରୀ, ଠୁରୀ, ନଡିଆପରି ବିଭିନ୍ନ କିସମର ଆମ୍ବର ପସରା ।

୯-କରୋନାର ପ୍ରଥମ ଡ଼ୋଜ୍ ନେଲା ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ।

୧୦-ଓଡିଶାରେ ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି । ଭିମସାର ଓ ଏମକେସିଜି କୋଭିଡ ହସପିଟାଲରେ ଖାଲି ନାହିଁ ବେଡ୍ ।

୧୧-କରୋନା ସଂକ୍ରମିତଙ୍କ ପାଇଁ ଜରୁରୀ ଅମ୍ଳଜାନ, ୯ଟି ଶିଳ୍ପ ବ୍ୟତୀତ ଅନ୍ୟାନ୍ୟ ଶିଳ୍ପକୁ ବନ୍ଦ ହେବ ଅମ୍ଳଜାନ ଯୋଗାଣ।

୧୨-ଡି’ଭିଲିଅର୍ସ, ମ୍ୟାକ୍ସୱେଲ ପ୍ରହାର : ଆର୍‌ସିବିର ହ୍ୟାଟ୍ରିକ୍ ବିଜୟ।‌ଧାୱନ୍‌ଙ୍କ ୯୨; ପଞ୍ଜାବକୁ ହରାଇଲା ଦିଲ୍ଲୀ।‌

? ସୁପ୍ରଭାତ, ଆଜି ବାସନ୍ତୀକ ମହାସପ୍ତମୀ, ଲିଙ୍ଗରାଜ ଦେବଙ୍କ ରଥ ପ୍ରତିଷ୍ଠା?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here