ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ପୁରୀ :

ପୁରୀ- ତା. ୨୫.୦୩.୨୦୨୧-  ଜିଲ୍ଲାସ୍ତରୀୟ ୮୬ତମ ଓଡିଶା ଦିବସ ପାଳନ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ କୋଭିଡ ନୀୟମ ପାଳନ କରି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଉତ୍ସବ ମହା ସମାରୋହରେ ପାଳନ କରାଯିବ । ଏଥର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାତଃ ସମୟରେ ସହରରେ ଉତ୍କଳ ବନ୍ଦନା ଡାକବାଜି ଯୋଗେ ପରିବେଷଣ ହେବ । ଏହାପରେ ଗୁଣ୍ତିଚା ମନ୍ଦିର ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ ପ୍ରମୁଖ ସାମିଲ ହେବେ । ଏଥିରେ ପାରମ୍ପରିକ ଲୋକ ଯାତ୍ରା ଓ ମେଢ ଆଦି ସ୍ଥାନ ପାଇବ । ଏହି ଅବସରରେ କବିତା ପାଠୋତ୍ସବର ମଧ୍ୟ ଆୟୋଜନ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ସଂସ୍କୃତି ଅଧିକାରୀ ଚୈଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here