ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ |

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ପତ୍ନୀ ସବିତା କୋବିନ୍ଦ ଓ ପରିବାର ଲୋକଙ୍କ ସହ ତାଲବଣିଆସ୍ଥିତ ହେଲିପ୍ୟାଡରେ ପହଁଚିବା ପରେ କାରକେଡ ଯୋଗେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ।ଗଜପତି ଦିବ୍ୟସିଂହ ଦେବ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ,ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ମହାନାୟକ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ସେ ଘଣ୍ଟିଦ୍ୱାର ଦେଇ ଗର୍ଭଗୃହ ଭିତରକୁ ଯାଇ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମା ବିମଳା ଓ ମା ମହଲଷ୍ମୀଙ୍କୁ ଦର୍ଶନ କରିଥିଲେ।ଗର୍ଭଗୃହ ଭିତରେ ଦର୍ଶନ ବେଳେ ରାଷ୍ଟ୍ରପତିଙ୍କ ଆଖିରୁ ଲୁହ ବାହାରି ଆସିଥିଲା।ପରେ କୌଳିକ ପଣ୍ଡା ନାରାୟଣ ଗୋଛିକାର ରାଷ୍ଟ୍ରପତିଙ୍କ ପିତାଙ୍କ ଦସ୍ତଖତ ଦେଖାଇବା ସହ ଏକ ତାମ୍ର ଫଳକ ଭେଟି ଦେଇଥିଲେ।ନିଜ କୋଳିକ ପଣ୍ଡାଙ୍କୁ ଦକ୍ଷିଣା ଦେବା ସହ ଏକ ୧୪ ହାତିଆ ବାନା ମଧ୍ୟ ବାନ୍ଧିଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢ଼ା ପରିକ୍ରମା କରି ବାଇଶି ପାହାଚ ଦେଇ  ସିଂହଦ୍ଵାର ବାଟେ ଶ୍ରୀମନ୍ଦିର ରୁ ପ୍ରସ୍ଥାନ କରିଥିଲେ । ପରେ ପ୍ରଶାସକ ବିଶ୍ୱ ସ୍ତରୀୟ ଐତିହ୍ୟ ପ୍ରକଳ୍ପ,ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ।ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଓ  ପ୍ରସ୍ଥାନ ବେଳେ ହାତ ହଲାଇ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ। ପରେ ଶ୍ରୀମନ୍ଦିର ପକ୍ଷରୁ ମହାମହିମ ଙ୍କୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ର ଏକ ଫୋଟଚିତ୍ର  ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାମହିମ ଶ୍ରୀମନ୍ଦିର ଏତିହ୍ୟ କରିଡର ଏବଂ ଶ୍ରୀମନ୍ଦିର ର ଉନ୍ନତି   ପାଇଁ ନିଜ ଦରମାରୁ 1ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସକଙ୍କୁ ପ୍ରଦାନ କରିଥିଲେ । ପରର ରାଷ୍ଟ୍ରପତି ହେଲିପ୍ୟାଡ ଆଭିମୁଖ୍ୟ  ଯିବା ସମୟରେ ରାଜ ନହର ଠାରେ  ସେ ଓଲ୍ହାଇ ଯାଇ ହାତ ହଲାଇ ଜନ ସାଧାରଣ ଙ୍କୁ ଅଭିବାଦନ  ଜଣାଇଥିଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ନିକଟରେ ଗାଡିରୁ ଓଲ୍ହାଇବା ସମସ୍ତଙ୍କୁ ବିସ୍ମିତ କରିଥିଲା । ପରେ ଐତିହ୍ୟ କରିଡର ପ୍ରକଳ୍ପ ସ୍ଥାନରେ କିଛି ସମୟ ବିତାଇବା ସହ ପରିବାର ସହ ଫଟୋ ଉଠାଇଥିଲେ।ଏହାପରେ ତାଙ୍କ କାରକେଡ ପୁନଃ ତଳବଣିଆ ହେଲିପ୍ୟାଡ଼କୁ ଯାଇଥିଲା । ସେଠାରୁକୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଯାଇଥିଲ। ଆଇଓସିଏଲ ବାଖ୍ୟାନ ପରିଦର୍ଶନ କରିଥିଲେ। କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ତେବେ ସେବାୟତଙ୍କ ସହଯୋଗ,ଶୃଙ୍ଖଳିତ ନୀତି,ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନର ସହଯୋଗ ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ଵିତୀୟ ଶ୍ରୀମନ୍ଦିର ଗସ୍ତ ସ୍ମରଣୀୟ ହୋଇଯାଇଛି ବୋଲି ସେବାୟତ ମାନେ ମତ ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here