ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ :

ଡାବୁଗାଁ, ୫/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ  ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପାଳିତ ହୋଇଯାଇଛି | ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଦେବାପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏଥିରେ ଅତିଥି ମାନେ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୀବନୀ, ତାଙ୍କ କାର୍ଯ୍ୟ ଓ ଆଦର୍ଶ ଉପରେ ଅଲୋଚନ କରିଥିଲେ | ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ | ସମ୍ମାନୀତ ଅତିଥି ଭାବେ  ଜିଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ଯୋଗଦେଇ ପଞ୍ଚାୟତିରାଜ ଦିବସ ପାଳନ ନେଇ ଆଲୋଚନା କରିବା ସହ ମହିଳା ସଶକ୍ତିକରଣ  ଉପରେ କହିଥିଲେ |  ଏଥିରେ, ସାଂସଦ ପ୍ରତିନିଧି ଏମ୍॰ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମରାଓ ଚୌଧୁରୀ, ବିଡିଓ ରଞ୍ଜିତା ମେରୀ ନାୟକ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ଅଙ୍ଗନୱାଡ଼ି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେଉରୀ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ସୁବାସ ଚନ୍ଦ୍ର ଖାଡଙ୍ଗା ଓ ନିରଞ୍ଜନ ଜେନା, କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ  ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ॰ଡ଼ି ପ୍ରସାଦ ପରିଚାଳନା କରିଥିଲେ |

 ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here