ରାଜ୍ୟ ସରକାରଙ୍କ ତରଫରୁ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସହ ମାଗଣାରେ ଚଷମା ପ୍ରଦାନ :

ଯେବେ ନ ଦେଖିବେ ଦୁଇ ନୟନେ , ପରତେ ନ ଯିବେ ଗୁରୁ ବଚନେ । ନିଜର ଆଖିରେ ଦେଖି ନ ଥିବା କଥାକୁ ବିଶ୍ବାସ ନ କରିବା ସକାସେ ଗୁରୁମାନେ ମଧ୍ୟ ସଜାଗ କରିଛନ୍ତି । ତେବେ ରାଜ୍ୟ ସରକାର ନିଜର ଦୈନନ୍ଦିନ କାର୍ଯ୍ୟ କଳାପ ଭିତରେ ଆଉ ପାଦେ ଆଗେଇବା ସହ ବିଶେଷ ଗୁରୁତ୍ବ ଦେଇଛନ୍ତି ” ସୁ ନେତ୍ର ” କାର୍ଯ୍ୟକ୍ରମକୁ । ଏଭଳି ଏକ ମହତ କାର୍ଯ୍ୟପାଇଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡା ପଞ୍ଚାୟେତର ଅଙ୍ଗନବାଡି କେନ୍ଦ୍ରରେ ସରକାରୀ ସ୍ବାସ୍ଥ୍ୟ ବିଭାଗର ଚକ୍ଷୁ ବିଭାଗର ସମସ୍ତ ସହକର୍ମୀ ଅଣ୍ଟା ଭିଡିଥିବା ପରିଲକ୍ଷିତ ହୋଇଥିଲେ । ଏହି ସୁ ନେତ୍ର କାର୍ଯ୍ୟକ୍ରମରେ ୪୦ ବର୍ଷରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାରାଇ ସେମାନଙ୍କୁ ଚାଳିଷିଆ ଭାବେ ଚଷମା ପ୍ରଦାନ କରାଯାଇଥିଲା ମାଗଣାରେ ଯେଉଁ ମାନଙ୍କର ପାଖ ଜିନିଷ ପଢିବାରେ ବା ଦେଖିବାରେ ଅସୁବିଧା ହେଉଥିଲା । ତତ ସହିତ ଉକ୍ତ କାର୍ଯ୍ୟକ୍ରମରେ ବୟୋବୃଦ୍ଧ ଓ ବୃଦ୍ଧା ମାନଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ଦୁରର ଜିନିସକୁ ସଠିକ ଭାବେ ଦେଖି ପାରୁ ନ ଥିବା ବୟୋବୃଦ୍ଧଙ୍କର  ମାଗଣା ପରୀକ୍ଷା ସହ ଚିକିତ୍ସା ଓ ଚଷମା ମଧ୍ୟ ମାଗଣାରେ ବ୍ୟବସ୍ତା କରାଯାଇଥିଲା । ତେବେ ଏଥିରେ ଜନୈକ ଡାକ୍ତରଙ୍କ ସମେତ ବରିଷ୍ଠ ନର୍ସମାନେ ମଧ୍ୟ ଆନ୍ତରିକତାର ସହିତ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁକୁଡା ପଞ୍ଚାୟେତର ବହୁ ଗ୍ରାମବାସୀ ଉପକୃତ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here