ନବରଙ୍ଗପୁର ଜିଲା ରାଜସ୍ୱ ଅମଲା ସଙ୍ଘର ବନ୍ଧୁ ମିଳନ :

ଡାବୁଗାଁ, ୨୧/୨  ନବରଙ୍ଗପୁର ଜିଲା ଅଧୀନ ପାପଡାହାଣ୍ଡି ସ୍ଥିତ ହରିଣ ପାର୍କ ନିକଟରେ ଓଡିଶା ରାଜସ୍ୱ ଅମଲା ସଙ୍ଘ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ର  ଏକ ବାର୍ଷିକ ବନ୍ଧୁ ମିଳନ ରବିବାର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଦିବଙ୍ଗତ ସହକର୍ମୀ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା । ବ୍ୟସ୍ତ ବହୁଳ ଜିଲ୍ଲା ରାଜସ୍ୱ ଅମଲା ମାନେ ଆଜି ଗୋଟିଏ ଦିନ ନିଜ ସଙ୍ଘ ସହିତ ରହି ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରି ବିଭିନ୍ନ ପ୍ରକାର ଆମୋଦ ପ୍ରମୋଦ କରି ଦିନଟିକୁ ଉପଭୋଗ କରିଥିଲେ । ବାର୍ଷିକ ବନ୍ଧୁ ମିଳନରେ ନିଜ ନିଜର ଲୁକ୍କାୟିତ ପ୍ରତିଭା ପରିବେଷଣ କରିଥିଲେ । ଦେଶ ସ୍ଵାଧୀନ ହେବା ପରେ ପ୍ରଥମ ଥର ପାଇଁ ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ସରକାର ଆଲୋଚନା ମାଧ୍ୟମରେ ସଂଘର ବିଭିନ୍ନ ଦାବି ପୂରଣ କରିଥିବାରୁ ସଂଘର ସଭ୍ୟ ସଭ୍ୟା ବୃନ୍ଦ ଖୁସି ପ୍ରକଟ କରିବା ସହିତ ବାକି ଦାବି ଗୁଡିକ ତଥା ବର୍ଦ୍ଧିତ ହାରରେ ଘରଭଡା ଦେବା, ସରକାରୀ କର୍ମଚାରୀ ଙ୍କ ଚାକିରୀ ସମୟରେ ମୃତ୍ୟୁ ଘଟିଲେ ତାଙ୍କ ପରିବାର ର ଏକ ସଦସ୍ୟଙ୍କୁ ପୁନଃ ଥଇଥାନ ଯୋଜନା  ନିୟମକୁ କୋହଳ କରିବା, ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ତୁରନ୍ତ ପ୍ରଦାନ କରିବା, ଚୁକ୍ତିଭିତ୍ତିକ ନିଯୁକ୍ତି ବନ୍ଦ କରିବା, ପୁରୁଣା ପେନସନ ନିୟମ ଲାଗୁ କରିବା ଇତ୍ୟାଦି ସରକାରଙ୍କ ସହ ଆଲୋଚନା କରି କିଭଳି ଅତି ଶ୍ରୀଘ୍ର ପୂରଣ ହେବ ସଙ୍ଘର ସଭ୍ୟ ସଭ୍ୟା ବୃନ୍ଦ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ  ବିଭିନ୍ନ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅତି ନିକଟରେ ପାଇଥିବାରୁ ସଂଘର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି ସାମ୍ବାଦିକ ଭାଇ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଦପ୍ତର ରୁ ଶତାଧିକ ରାଜସ୍ୱ ଅମଲା ଯୋଗ ଦେଇଥିଲେ । 

                                                                                            ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here